ସାପ କାମୁଡାରେ ମା- ଝିଅ ମୃତ
ନୂଆପଡା: ଖାଇପିଇ ଶୋଇଥିବା ବେଳେ ମା- ଝିଅକୁ ଦଂଶିଲା ସାପ। ଏଭଳି ଅଭାବନୀୟ ଘଟଣା ନୂଆପଡ ଜିଲ୍ଲାର କେନ୍ଦୁବାହାର ଗାଁ ଘଟଛି।
ସୂଚନା ମୁତାବିକ,ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଗତରାତିରେ ଖାଇ ସାରିବା ପରେ ମା- ଝିଅ ଏକାଠି ଶୋଇଥିଲେ । ଏହି ସମୟରେ ହଠାତ ଏକ ବିଷଧର ସାପଟି ନାବାଳିକା ଝିଅକୁ କାମୁଡିଥିଲା। ଝିଅଟି ଛାଟିପଟି ହେବାରୁ ପାଖରେ ଶୋଇଥିବା ମା ଉଠିପଡିଥିଲେ। ସେ ସାପଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାପଟି ଓଲଟି ପଡି ମାଆଙ୍କୁ ଚୋଟ ମାରିଥିଲା।ଯାହାଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ବୁର୍ଲା ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ଅଧାରାସ୍ତାରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଛି । ପରେ ଡାକ୍ତର ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।
Powered by Froala Editor