ଏବେ ପ୍ରତି ସ୍କୁଲରେ ଖୋଲିବ ‘ମୋ ସ୍କୁଲ ହକି କ୍ଲବ’
ଭୁବନେଶ୍ୱର: ଏବେ ସ୍କୁଲ ସ୍ତରରୁ ପିଲା ମାନେ ହକି ପାଇଁ ପ୍ରଶିକ୍ଷଣ ନେବେ । ଆଉ ହକି ଖେଳିବେ । ଏଥିପାଇଁ ସ୍କୁଲରେ ଖୋଲିବ ‘ମୋ ସ୍କୁଲ ହକି କ୍ଲବ’ । କ୍ରୀଡ଼ା ବିଭାଗ, ଓଡ଼ିଶା ହକି ପ୍ରମୋସନ କାଉନସିଲ୍ ଓ ହକି ଆସୋସିଏସନ୍ ଅଫ ଓଡ଼ିଶା ମିଳିତ ଭାବେ ସ୍କୁଲ ସ୍ତରରେ ହକି ଖେଳାଳି ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି ।
ପ୍ରାଥମିକ ଭାବେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଥିବା ସ୍କୁଲରେ ‘ମୋ ସ୍କୁଲ ହକି କ୍ଲବ’ ଖୋଲିବ । ପରେ ଏହାକୁ ଅନ୍ୟସ୍କୁଲରେ କାର୍ଯ୍ୟକାରୀ କରାଯିବ । ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ଦୁଇଟି ହକି ଉଇଙ୍ଗସ ଖୋଲିବ । ଷଷ୍ଠ ଶ୍ରେଣୀରୁ ୨୪ରୁ ୩୦ ଜଣ ପିଲାମାନେ ଗୋଟିଏ ଉଇଙ୍ଗରେ ରହିବେ । ଏମାନଙ୍କ ମଧ୍ୟରୁ ଜଣକୁ କ୍ୟାପଟେନ ଓ ଅନ୍ୟଜଣକୁ ଭାଇସ କ୍ୟାପଟେନ ଭାବେ ବଛାଯିବ । ହକି ପାଇଁ ଜଣେ ଲେଖାଏ ହକି ପିଇଟି ମଧ୍ୟ ନିଯୁକ୍ତି ହେବେ ।
ସବୁ ସ୍କୁଲକୁ ସେଥିପାଇଁ ଆବଶ୍ୟକ କିଟ୍ ସହ ସମସ୍ତ ଖର୍ଚ୍ଚ ରାଜ୍ୟସରକାର ଦେବେ । ପ୍ରତି ଶନିବାର ସ୍କୁଲରେ ହକି ଖେଳ ହେବ । ଅନ୍ୟ ପିଲାମାନେ ଏହି ମ୍ୟାଚ ଦେଖି ଖେଳାଳିଙ୍କୁ ଉତ୍ସାହିତ କରିବେ । ଏହା ସହିତ ବାର୍ଷିକ ‘ମୋ ସ୍କୁଲ ହକି କ୍ଲବ’ଚାମ୍ପିଅନସିପ ଆୟୋଜନ କରାଯିବାକୁ ମଧ୍ୟ ଯୋଜନା ରହିଛି ।
Powered by Froala Editor