ଆଜି ଆସୁଛନ୍ତି ରେଳମନ୍ତ୍ରୀ
ଭୁବନେଶ୍ୱର: ଆଜି ରେଳମନ୍ତ୍ରୀ ଅଶ୍ୱିିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସମୟରେ ସେ ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍କୁ ଉଦ୍ଘାଟନ କରିବେ । ସେହିପରି ଜୟପୁର ଏବଂ ମାଲକାନଗିରି ମଧ୍ୟରେ ପ୍ରସ୍ତାବିତ ନୂତନ ରେଳପଥର ନିର୍ମାଣ ସମ୍ପର୍କରେ ନିରୀକ୍ଷଣ କରିବେ । ସେହିପରି ମାଲକାନଗିରି ମୁଖ୍ୟ ଡାକଘର ପରିସରରେ ନିର୍ମାଣ ହୋଇଥିବା ନୂତନ ବିଲ୍ଡିଂ ଓ ଅଂଳା ଉପ ଡାକଘରକୁ ଲୋକାର୍ପିତ କରିବେ ।
ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ସାଂସଦ, ବିଧାୟକ, ଜନପ୍ରତିନିଧି, ଜିଲ୍ଲାର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ବିକାଶମୂଳକ କାର୍ୟ୍ୟର ପ୍ରଗତି ନେଇ ସମୀକ୍ଷା କରିବେ । କୋରାପୁଟ-ବିଶାଖାପାଟଣା ଦୈନିକ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ର ଉଦ୍ଘାଟନୀ ଉତ୍ସବ ଶୁକ୍ରବାର ଅପରାହ୍ନ ୪ଟା ବେଳେ କୋରାପୁଟ ଷ୍ଟେସନରେ ଅନୁଷ୍ଠିତ ହେବ ।
Powered by Froala Editor