ମହୁମାଛି ଆକ୍ରମଣ: ୪୦ ଆହତ, ୨ ଗୁରୁତର
କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ବଡ଼ବାଙ୍କି ଗାଁରେ ଥିବା ସାପ୍ତାହିକ ବଜାରରେ ହଠାତ୍ ମହୁମାଛି ଆକ୍ରମଣରେ ୪୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ଚନ୍ଦ୍ରକାନ୍ତି ପୁଟେଲ ଓ ରିଚେକା ପୁଟେଲଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ,ସାପ୍ତାହିକ ବଜାର ନିକଟସ୍ଥ ପିପଲଗଛରେ ଥିବା ମହୁଫେଣାରୁ ହଠାତ୍ ମହୁମାଛି ଲୋକଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣ ଯୋଗୁଁ ଲୋକେ ଭୟରେ ଦୋକାନ ବଜାର ଛାଡି ଏପଟ ସେପଟ ଦୌଡିବା ଆରମ୍ଭ କରିଥିଲେ । ମହୁମାଛି ଘଉଡାଇବା ପାଇଁ ବନବିଭାଗର ରେଞ୍ଜର ଶ୍ରଦ୍ଧାଦେବ ବଡମାଳିଙ୍କୁ ଖବର ଦେଇଥିଲେ ସୁଦ୍ଧା ବନବକର୍ମଚାରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି ।
Powered by Froala Editor