ମଣିଷକୁ ଦେଇଦେଲେ ପଶୁ ଇଂଜେକ୍ସନ
ମୟୂରଭଞ୍ଜ: ପୁଣି ଥରେ ଜଣେ ବ୍ୟକ୍ତିଙ୍କୁ ପଶୁ ଇଂଜେକ୍ସନ ଦିଆଯାଇଥିବା ଅଭିଯୋଗ ହେଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକୁ ମହୁଲଡିହାରେ । କ୍ୱାକ୍ ବିଶ୍ୱନାଥ ବେହେରା ଗ୍ରାମର ଜଣେ ବ୍ୟକ୍ତି ଦୈତାରୀ ମହାନ୍ତଙ୍କୁ ପଶୁଙ୍କ ପାଇଁ ଉଦ୍ଧିଷ୍ଟ ଏକ ଇାଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଅଣ୍ଟା ବଥା ହେଉଥିବାରୁ କ୍ୱାକ୍ ତାଙ୍କୁ ନେଇ ଏହି ଇଂଜେକ୍ସନ ଦେଇଥିବା ସଂପୃକ୍ତ ବ୍ୟକ୍ତି ଅଭିଯୋଗ କରିଛନ୍ତି ।
ତେବେ ଇଂଜେକ୍ସନ ଦେବା ପରେ ସଂପୃକ୍ତ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଏହପରେ ତାଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସଂପୃକ୍ତ କ୍ୱାକ୍ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆଗରୁ ପଶୁଙ୍କ ପାଇଁ ଉଦ୍ଧିଷ୍ଟ ଇଂଜେକ୍ସନ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ କ୍ୱାକ୍ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ କ୍ୱାକକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।
ସଂପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କୁ କ୍ୱାକ କହିଥିଲେ ଯେ, ଭୁବନେଶ୍ୱରରୁ ଅଣ୍ଟାବଥା ପାଇଁ ଏକ ନୂଆ ଇଂଜେକ୍ସନ ଆସିଛି । ଏହାର ମୂଲ୍ୟ ୪୦୦, ୫୦୦ ଟଙ୍କା ପଡିବ । ଏହାକୁ ନେଲେ ଅଣ୍ଟାବଥା ଖୁବଶୀଘ୍ର ଭଲ ହୋଇଯିବ । ଏହାପରେ ବ୍ୟକ୍ତି ଜଣଙ୍କ ଇଂଜେକ୍ସନ ନେଇଥିଲେ । ପରଦିନ ମୁଣ୍ଡ ଜୋରରେ ବୁଲାଇବା ସହିତ ଜ୍ୱର ଓ ଅସହ୍ୟ ପେଟବଥା ହୋଇଥିଲା ।
ସୂଚନାଥାଉକି ନିକଟରେ କ୍ୱାକ୍ ବିଶ୍ୱନାଥ ବେହେରା ଜଣେ ବ୍ୟକ୍ତିଙ୍କୁ ଅଣ୍ଟାବଥା ପାଇଁ ୩ଟି ବଳଦ ଇଂଜେକ୍ସନ ଫୋଡି ଦେଇଥିଲେ ।
Powered by Froala Editor