ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ
କଟକ: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବସାଇଟ୍ରେ ବିଦ୍ୟାଳୟ କୋଡ୍ ଏବଂ ପାସୱାର୍ଡ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନଙ୍କର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସହ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମଧ୍ୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟାଠାରୁ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେବ । ଏସ୍ଓଏସ୍ସି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମଧ୍ୟ ପ୍ରଧାନଶିକ୍ଷକମାନେ ୱେବ୍ସାଇଟ୍ରୁ ସ୍କୁଲ୍ କୋଡ୍ ଏବଂ ପାସ୍ୱାର୍ଡ ଲଗ୍ଇନ୍ କରି ପାଇପାରିବେ ।
ଅନ୍ୟପକ୍ଷରେ କରେସ୍ପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ୱେବସାଇଟ୍ରେ ସେମାନଙ୍କ ନାଁ ଏବଂ ବାପାଙ୍କ ନାଁ ଲଗ୍ଇନ୍ କରି ଆଡମିଟ୍ କାର୍ଡ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାକେନ୍ଦ୍ରକୁ ଯିବା ପୂର୍ବରୁ ୱେବସାଇଟ୍ରୁ ଉପଲବ୍ଧ ଏହି ଆଡମିଟ୍ କାର୍ଡରେ ବିଦ୍ୟାଳୟର ମୁଖ୍ୟ ଦସ୍ତଖତ କରିବେ ବୋଲି କୁହାଯାଇଛି । ଏପ୍ରିଲ୍ ୨୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ସମେଟିଭ୍ ଆସେସ୍ମେଣ୍ଟ୍-୨ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟରେ ନୋଡାଲ୍ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଖାତା ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି ।
Powered by Froala Editor