ଲିଙ୍ଗିପୁର ଏଟିଏମ୍ ଉପାଡି ଲୁଟ ମାମଲାର ପର୍ଦ୍ଦାଫାସ୍ , ବାଂଲାଦେଶ ଲିଙ୍କ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲିଙ୍ଗିପୁର ଏଟିଏମ୍ ଉପାଡି ଲୁଟ ମାମଲାର ପର୍ଦ୍ଦାଫାସ୍ ହୋଇଛି । ୨ ଏଟିଏମ୍ ଲୁଟେରାଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ କୋଲକତାର ହୋଇଥିବା ସୂଚନା ମିଳିଛି ।
ସୂଚନାଥାଉକି ଭୁବନେଶ୍ୱର ଲିଙ୍ଗିପୁର ଛକ ଜନବସତି ଅଂଚଳରେ ଗତ ୫ ତାରିଖ ରାତିରେ ଏସବିଆଇ ଏଟିଏମ ମେସିନକୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିଲେ । ଏଟିଏମ ମେସିନ ସହ ସିସିଟିଭି ତାଡି ଲୁଟି ନେଇଥିଲେ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଆଜି କମିଶନରେଟ୍ ପୋଲିସକୁ ବଡ ସଫଳତା ମିଳିଛି । ରାଜଧାନୀରେ ପୂର୍ବରୁ ମଧ୍ୟ ଅନେକ ଥର ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ଲୁଟ କରିଥିବା ଘଟଣା ଦେଖିବାକୁ ମିଳିଛି ।
Powered by Froala Editor