ମାନସ ହତ୍ୟା ଘଟଣା; ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଆଜି ଜେରା
ଚାନ୍ଦବାଲି: କ୍ୟାମରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଆଜି ଭଦ୍ରକ ଜେଲରେ ଜେରା କରାଯିବ । ଫେବ୍ରୁୟାରୀ ୭ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗଁ।ର ଯୁବକ ମାନସ ସ୍ବାଇଁ ଚାନ୍ଦବାଲି ନାଲଗୁଣ୍ଡା ପଳାସପୁର ଗଁ।ରେ ଏକ ବାହାଘରରେ ଫଟୋଚିତ୍ର ଉତ୍ତୋଳନ କରିବାକୁ ଆସିଥିଲେ । ଭୁବନେଶ୍ବର ଅଂଚଳରୁ ୫ ଜଣ ଅଭିଯୁକ୍ତ ଆସି ମାନସକୁ ଚାନ୍ଦବାଲି ଥାନା ନାଲଗୁଣ୍ଡା ପଂଚାୟତ ପଳାସପୂର ଛକ ନିକଟରୁ ଅପହରଣ କରିନେଇଥିଲେ । ଏହାପରେ ତାଙ୍କୁ ହତ୍ୟା କରି ମାଟିତଳେ ପୋତିଦେଇଥିଲେ । ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଫେବ୍ରୁୟାରୀ ୧୪ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଚାନ୍ଦବାଲି ଥାନା ଅଧତ୍କାରୀ କରୁଣାକର ରାଉତ ଓ ଏସଡ଼ପିଓ ଦେବୀ ଶଙ୍କର ପ୍ରତାପ ଏହି ଘଟଣାକୁ ଗରୁତର ନେବା ସହ ଅଭିଯୁକ୍ତଙ୍କୁ ଠାବ କରିଥିଲେ । ପରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧତ୍ପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଜବତ କରିଥିଲେ । ଏହି ଘଟଣାରେ ଆଜି ୨ ଅଭିଯୁକ୍ତ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଭଦ୍ରକରେ ଜେରା କରାଯିବା ।
Powered by Froala Editor