୫-ଟି ସଚିବଙ୍କ ସୁଆଣ୍ଡୋ ଗସ୍ତ
ସାକ୍ଷୀଗୋପାଳ: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରାଯିବ । ଏନେଇ ୫-ଟି ସଚିବ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ୨୪ କୋଟି ଟଙ୍କା ଅନୁଦାନରେ ଚାଲିଥିବା ଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ, ଉତ୍କଳମଣିଙ୍କ ଷଠୀଘର ସୁରକ୍ଷା, ପ୍ରମୋଦ ଉଦ୍ୟାନ, ଶିଶୁ ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ, ସଂଗ୍ରହାଳୟ, ସୂଚନା କେନ୍ଦ୍ର ଓ ଭୋଜନାଳୟ ନିର୍ମାଣ କାର୍ୟ୍ୟ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।
ସୁଆଣ୍ଡୋ ଗ୍ରାମରେ ଉତ୍କଳମଣିଙ୍କ ୧୫ଫୁଟ ଉଚ୍ଚତା ବିଶିଷ୍ଟ ଠିଆ ହୋଇଥିବା ପ୍ରତିମୂର୍ତ୍ତି ହାତରେ ଏକ ଡାଇରୀ ସହିତ, ଶିଶୁ ପ୍ରମୋଦ ଉଦ୍ୟାନ, ପ୍ରମୋଦ ଉଦ୍ୟାନ, ଭୁତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପଟ୍ଟନାଇକିଆ ଓ ସୁଆଣ୍ଡୋ ରାସ୍ତାର ନବୀକରଣ, ଭାର୍ଗବୀ ନଦୀରେ ବୋଟିଂ, ଆଲୋକ ବ୍ୟବସ୍ଥା ଓ ୱାଟର ପାର୍କ ବ୍ୟବସ୍ଥା କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ଏହି ପରିଦର୍ଶନରେ ସାମିଲ ଥିଲେ ।
Powered by Froala Editor