ଗଣହତ୍ୟାର ଡେ଼ମୋ ଦେଖାଇଲା ଶିବ
ମାହାଙ୍ଗା : କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତି ବିବାଦରୁ ବଡ଼ ଭାଇଙ୍କ ପରିବାରର ସମସ୍ତ ୫ଜଣଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ ତଥା ସାନଭାଇ ଶିବ ପ୍ରସାଦ ସାହୁଙ୍କୁ ମାହାଙ୍ଗା ପୋଲିସ ଗୁରୁବାର ୩ ଦିନିଆ ରିମାଣ୍ଡରେ ନେଇଥିଲା। ରିମାଣ୍ଡର ଶୁକ୍ରବାର ଦ୍ୱିତୀୟ ପ୍ରଥମ ଦିନରେ ପୋଲିସ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ଶିବଙ୍କୁ କୁସୁପୁର ଗାଁକୁ ଆଣି ସିନ୍ ରିକ୍ରିଏଶନ କରାଇଛି। ସିନ ରିକ୍ରେସନ ବେଳେ ଅଭିଯୁକ୍ତ କିପରି ବଡ଼ ଭାଇଙ୍କ ପରିବାର ସମସ୍ତଙ୍କୁ ହତ୍ୟା କରିଥିଲେ ତାହାର ଡେମୋ ଦେଖାଇଥିଲେ। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରୁ କିଛି ମାରାଣାସ୍ତ୍ର ଜବତ କରିଛି। ଘଟଣାସ୍ଥଳରେ ଏସ୍ଡିପିଓ ଏବଂ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଶିବଙ୍କ ଦେହ ଅସୁସ୍ଥ ଥିବାରୁ ପ୍ରଥମ ଦିନରେ ସିନ୍ ରିକ୍ରିଏଶନ କରାଯାଇ ପାରି ନ ଥିଲା। ତାଙ୍କୁ ଥାନାରେ ରଖି ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା।
ସୂଚନାଯୋଗ୍ୟ ସମ୍ପତ୍ତି ବିବାଦକୁ ନେଇ ଗତ ସୋମବାର ରାତିରେ କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ତାଙ୍କ ବଡ଼ଭାଇ ଅଲେଖ ଚନ୍ଦ୍ର ସାହୁ, ଭାଉଜ ରଶ୍ମିତା ପୃଷ୍ଟି, ଝିଆରୀ ସ୍ମୃତି ସନ୍ଧ୍ୟା ଓ ୨ ପୁତୁରା ସ୍ମୃତି ସ୍ବରୂପ ଓ ସ୍ମୃତି ସାଇଙ୍କୁ ବୀଭତ୍ସ ଭାବେ କଟୁରିରେ ହାଣି ହତ୍ୟା କରିଥିଲେ। ପରେ ମଙ୍ଗଳବାର ହତ୍ୟାକାଣ୍ଡ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିବା ସହ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଏନେଇ ଏକ ହତ୍ୟା ମାମଲା(ନଂ.୮୧/୨୨) ରୁଜୁ କରି କଟକ ବଡ଼ ଡାକ୍ତରଖାନାରେ ସମସ୍ତ ୫ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ କାଳିଆବୋଦାଠାରେ ଶେଷକୃତ୍ୟ ସମ୍ପର୍ନ୍ନ କରିଥିଲା। ଅପରପକ୍ଷରେ ବୁଧବାର ପୋଲିସ ଶିବଙ୍କୁ ବାଲିଚନ୍ଦ୍ରପୁର ଥାନାରୁ ଆଣି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇବା ସହ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କୋର୍ଟ ୩ ଦିନ ରିମାଣ୍ଡ ଅନୁମତି ଦେଇଥିଲେ।
Powered by Froala Editor