୫୯ କୋଟି ହିତାଧିକାରୀଙ୍କ ପାଇଁ ୧୨୨ କୋଟି ଟିକା ଲୋଡ଼ା

ନୂଆଦିଲ୍ଲୀ: ଦେଶରେ ଗତ ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ବୃହତ୍ତମ ଟିକାକରରେ ଗତ ପହିଲାରୁ ୧୮ରୁ ୪୫ ବର୍ଷ ବୟସର ହିତାଧିକାରୀମାନେ ସାମିଲ ହୋଇଛନ୍ତି । ତେବେ ଦେଶରେ ଥିବା ପ୍ରାୟ ୫୯ କୋଟି ସଂଖ୍ୟକ ଏହି ବର୍ଗର ହିଧିକାରୀଙ୍କ ଟିକାକରଣ ପାଇଁ ପ୍ରାୟ ୧୨୨ କୋଟି ମାତ୍ରା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ମହାମାରୀ ଡୋଭିତର ମୁକାବିଲା ପାଇଁ ଦ୍ରୁତ ଟିକାକରଣ ହିଁ ଶ୍ରେଷ୍ଠ ବିଜଲ ଭାବେ ଉଭା ହୋଇଛି । ଅପରପକ୍ଷେ, ଉପଲବ୍ଧ ସମ୍ବନକୁ ଦୃଷ୍ଟିରେ ରଖି ସରକାର ଯେତେ କମ ସମୟ ଭିତରେ ସମ୍ଭବ ଶତ ପ୍ରତିଶତ ନଗରିକଙ୍କର ଟିକାକରଣ ପାଇଁ ଯୋଜନା କରୁଛନ୍ତି ବୋଲି ସୁପ୍ରିମକୋର୍ଟଙ୍କୁ ସତ୍ୟପଠ ମାଧ୍ୟମରେ ଜଣାଇକରି ସେହିପରି ଦେଶରେ କେବଳ କୋଭିସିଲଡ ଓ କୋଭାକ୍ସିନ ପରି କେବଳ ଦୁଇ ପ୍ରକାରର ଦେଶ ଭିତରେ ପ୍ରସ୍ତୁତ କେଭିଡ ଟିକା ମିଳୁଥିବାରୁ ସରକାର ଏହାର ଉପଲବଧିକୁ ଦୃଷ୍ଟିରେ ରଖି ଚିକାକରାକୁ ଏପରି ପ୍ରାଥମିକତା ଭିତ୍ତିରେ ଚାଲୁ ରଖିଥିବା ସ୍ପଷ୍ଟ କରିଛନ୍ତି ।
Powered by Froala Editor