ଆଜି ପୁଣିଥରେ ଟଣା ହେବ ରୁକୁଣା ରଥ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଅଧା ବାଟରେ ଅଟକି ରହିଛି । ସୂର୍ୟ୍ୟାସ୍ତ ହୋଇଯିବାରୁ ଆଜି ପୁଣିଥରେ ରଥ ଟଣା ହୋଇ ମାଉସୀ ମା’ ମନ୍ଦିରକୁ ଅଣାଯିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ପବିତ୍ର ଅଶୋକାଷ୍ଟମୀରେ ରୁକୁଣା ରଥକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀମା ପର୍ୟ୍ୟନ୍ତ ପ୍ରାୟ ୨କିମି ବାଟ ଭକ୍ତମାନେ ଟାଣି ଟାଣି ନେଇଥାନ୍ତି । ରୁକୁଣା ରଥ ଦିନ ସାଢ଼େ ୩ଟାରେ ମାଉସୀମା’ ମନ୍ଦିର ଅଭିମୁଖେ ଟଣା ଆରମ୍ଭ ହେବାର କାର୍ୟ୍ୟକ୍ରମ ରହିଥିଲା । କିନ୍ତୁ ପ୍ରାୟ ଅଧ ଘଣ୍ଟା ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ହୋଇଥିଲା। ତେବେ ତିନିମୁଣ୍ଡିଆ ଛକ ନିକଟରେ ସୂର୍ୟ୍ୟାସ୍ତ ହୋଇଯିବାରୁ ପରମ୍ପରା ଅନୁସାରେ ରଥଟଣା ସ୍ଥଗିତ ରହିଥିଲା । ଆଜି ଏହି ରଥ ପୁଣିଥରେ ଟଣା ଯାଇ ମାଉସୀମା’ ଛକକୁ ନିଆଯିବ। ଆଉ ମହାପ୍ରଭୁ ମାଉସୀ ମା’ ମନ୍ଦିରରେ ପ୍ରାୟ ୪ଦିନ ରହିବା ପରେ ଏପ୍ରିଲ ୧୩ତାରିଖରେ ପୁଣିଥରେ ଲିଙ୍ଗରାଜ ମନ୍ଦିରକୁ ଫେରିବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor