ସିଝୁଛି ଓଡିଶା, ୪୦ଡିଗ୍ରୀ ଉପରେ ଏହି ୫ ସହର
ଭୁବନେଶ୍ୱର: ତତଲାତାୱାରେ ସିଝୁଛି ଓଡିଶା । ପଶ୍ଚିମ ଓଡିଶାରେ ଏବେବି ନିଆଁ ବର୍ଷା ଜାରି ରହିଛି । ୫ ସହରର ଦିନ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସର୍ବାଧିକ ତାପମାତ୍ରା ବଲାଙ୍ଗୀରଠାରେ ୪୧.୫ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ ଓ ବୌଦ୍ଧ ଜିଲ୍ଲାରେ ୪୧ଡିଗ୍ରୀ ଲେଖାଏଁ ରହିଥିଲା । ସେହିଭଳି ଝାରସୁଗୁଡାରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦ଡିଗ୍ରୀ ରହିଥିଲା ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାର ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷେ ଆଜି ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଜପତି, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଆଦି ଜିଲ୍ଲାର କିଛି ଅଂଚଳରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନର ଦିନ ତାପମାତ୍ରାରେ ହ୍ରାସ ଦେଖାଦେଇଛି ।
Powered by Froala Editor