ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ବିଜେପି ଓ କଂଗ୍ରେସ କାଉନସିଲର

କଟକ: ସିଏମସି ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସର ବୟକଟ୍। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ବିଜେପି ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ଅବଜରଭରଙ୍କୁ ଦେଖାଇ ଭୋଟଦାନ ନିୟମକୁ ସେମାନେ ବିରୋଧ କରିଛନ୍ତି।
ସେପଟେ ସିଏମସି ଡେପୁଟି ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କର୍ପୋରେଟର ଦମୟନ୍ତୀ ମାଝୀ।
ଆଜି ସିଏମସି ଡେପୁଟି ମେୟର ନିର୍ବାଚନ ହେଉଥିବା ବେଳେ କଟକ ଶହୀଦ ଭବନରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଡେପୁଟି ମେୟର ପ୍ରାର୍ଥୀ ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ୧୧ଟାରୁ ୧୨ ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ହେବ। ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଏହାପରେ ଗୋଟାଏ ୩୦ରୁ ଭୋଟିଂ ଆରମ୍ଭ ହେବ।
Powered by Froala Editor