ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା

ସମ୍ବଲପୁର: ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ସକାଳେ ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି। ଧାରୁଆ ଅସ୍ତ୍ରରେ ତାଙ୍କ ଛାତି ଓ ପେଟକୁ ଆକ୍ରମଣ କରାଯାଇଛି। ଗଉଡ଼ପାଲି କେନାଲକୁ ଶୌଚ ପାଇଁ ଯାଇଥିଲା ବେଳେ ଏହି ଘଟଣା ଘଟିଛି।
ତେବେ ହତ୍ୟା କରାଯାଇଥିବା ବ୍ୟକ୍ତିଙ୍କ ଏଯାଏଁ ପରିଚୟ ମିଳିପାରି ନାହିଁ। ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୁଲିସ ପ୍ରାଥମିକ ସୂଚନା ଦେଇଛି। ପୁଲିସର ଏକ ଟିମ ବୁର୍ଲା ମେଡିକାଲ ଯାଇ ତନାଘନା କରୁଛି।
Powered by Froala Editor