ଡେପୁଟୀ ମେୟର ନିର୍ବାଚନ ନେଇ ବିଜେଡିର ହୁଇପ

କଟକ: ଆସନ୍ତାକାଲି କଟକ ମହାନଗର ନିଗମ ଡେପୁଟୀ ମେୟର ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ଦଳୀୟ ହୁଇପ ଜାରି କରିଛନ୍ତି । ଦଳର ନିର୍ବାଚିତ ୩୮ କର୍ପୋରେଟରଙ୍କ ଉପରେ ବିଜେଡି ପକ୍ଷରୁ ହୁଇପ ଜାରି କରାଯାଇଛି । ଦଳର ନିଦେ୍ର୍ଧଶ ମୁତାବକ ମତଦାନ କରିବାକୁ ହୁଇପରେ ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଯେ, କଟକ ମହାନଗର ନିଗମ ନିର୍ବାଚନରେ ସୁବାସ ସିଂ ବିଜେଡି ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଥ ମେୟରଭାବେ ବାଜିମାତ କରିଛନ୍ତି ।
ଅନ୍ୟପକ୍ଷରେ ଆସନ୍ତାକାଲି ପୌର ଉପାଧ୍ୟକ୍ଷ ନିର୍ବାଚନ । ତେବେ ନିର୍ବାଚନ ବିଧି ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସବିଶେଷ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ନିୟମାନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟି ଦେବେ । କାହାକୁ ଭୋଟ ଦେଲେ ସମ୍ପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ କାଉନସିଲର ଦେଖାଇବେ । ଉପାଧ୍ୟକ୍ଷ ପାଇଁ ୨ରୁ ଅଧିକ ପ୍ରାର୍ଥୀ ଥିଲେ ଏକାଧିକ ଥର ନିର୍ବାଚନ ହେବ । ୩ ଜଣ ଥିଲେ ଭୋଟ ହୋଇ ସର୍ବଶେଷ ପ୍ରାର୍ଥୀଙ୍କୁ ବାଦ ଦିଆଯିବ । ଅଧିକ ଭୋଟ ପାଇଥିବା ୨ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ମୁକାବିଲା ହେବ । ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ ସମାନ ହୁଏ ତେବେ ଲଟେରୀ ଜରିଆରେ ଫଇସଲା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସବିଶେଷ ସୂଚନା ଦେଇଛନ୍ତି ।
Powered by Froala Editor