ମାତିଛନ୍ତି ଏଟିଏମ ଲୁଟେରା, ତାଡ଼ିନେଲେ ମେସିନ
ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଏଟିଏମ ଲୁଟେରା। ଭୁବନେଶ୍ବର ଲିଙ୍ଗିପୁର ଛକ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ। ଜନବସତି ଅଞ୍ଚଳରେଏଟିଏମ ମସିନକୁ ତାଡ଼ି ନେଇଯାଇଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ ଲିଙ୍ଗିପୁର ଥାନା ଅନ୍ତର୍ଗତ ଜନବସତି ସ୍ଥାନରୁ କିଛି ଦୁର୍ବୃତ୍ତ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଏଟିଏମ ମେସିନ ସହ ସିସିଟିଭି ତାଡି ଲୁଟି ନେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବର୍ତ୍ତମାନ ସୁଦ୍ଧା ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ତେବେ ଏଟିଏମରେ କେତେ ଟଙ୍କା ଥିଲା ତାର ସୂଚନା ମିଳିପାରିନାହିଁ। ରାଜଧାନୀରେ ପୂର୍ବରୁ ମଧ୍ୟ ଅନେକ ଥର ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ଲୁଟ କରିଥିବା ଘଟଣା ଦେଖିବାକୁ ମିଳିଛି।
Powered by Froala Editor