ଏହି ଜିନିଷ ସବୁ ମୁଖ୍ୟଦ୍ୱାର ନିକଟରେ ରହିଲେ ଭଲ

ବାସ୍ତୁଶାସ୍ତ୍ରରେ ଘରର ସକାରାତ୍ମକତା ବଢ଼ାଇବା ଏବଂ ନକାରାତ୍ମକ ଶକ୍ତ ଦୂର କରିବା ଲାଗି ବିଭିନ୍ନ ଦିଗଦର୍ଶନ ଦିଆଯାଇଛି । ଘରେ ବାସ୍ତୁଦୋଷ ଥିଲେ ପରିବାର ସଦସ୍ୟ ଚିନ୍ତା ବୋଝରେ ରହନ୍ତି । ପ୍ରବେଶ ଦ୍ୱାର ନିକଟରେ ଏପରି କେତେକ ଦିଗ ପ୍ରତି ଦୃଷ୍ଟି ଦେଲେ ଘରେ ଶାନ୍ତି ମିଳିପାରିବ ।
ମୁଖ୍ୟ ଦ୍ୱାର ନିକଟରେ ଅଳିଆ ଗଦା ରଖନ୍ତୁ ନାହିଁ । ଏହି ସ୍ଥାନ ସଫା ରହିଲେ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବା ଅସମ୍ଭବ ।
ସକାରାତ୍ମକତା ବଢ଼ାଇବା ଲାଗି କବାଟରେ ସ୍ୱସ୍ତିକ ଓ ଗଣେଶଙ୍କ ଚିତ୍ର ପରି ଶୁଭ ଚିହ୍ନ ଲଗାଇବା ଭଲ । ଏହି ଚିହ୍ନ ଗୁଡ଼ିକର ପ୍ରଭାବ ପରିବେଶକୁ ପବିତ୍ର ରଖେ ।
ମୁଖ୍ୟ ଦ୍ୱାରରେ ଧାତୁ ନିର୍ମିତ ୱିଣ୍ଡ ଚାଇମ ଲଗାଇପାରନ୍ତି । ଏହା ବାସ୍ତୁ ଦୋଷ ଦୂର କରିବାରେ ଲାଭ ଦାୟକ ହୋଇଥାଏ ।
ତୁଳସୀ ଗଛ ମୁଖ୍ୟ ଦ୍ୱାରର ଆଖପାଖରେ ରଖିବା ଶୁଭଙ୍କର ବୋଲି କୁହାଯାଇଛି । ଏହା ପ୍ରଭାବରେ ସମସ୍ତ ନକାରାତ୍ମକ ଶକ୍ତି ସକାରାତ୍ମକ ଶକ୍ତିରେ ପରିଣତ ହୋଇଯାଏ ।
କବାଟ ଚଉକାଠରେ ଅଶୋକ ପତ୍ରରେ ତିଆରି ତୋରଣ ଲଗାନ୍ତୁ । ଏହା ନକାରାତ୍ମକ ଶକ୍ତି ପ୍ରବାହକୁ ରୋକି ଥାଏ । ଏଥିସହିତ ମୁଖ୍ୟ ଦ୍ୱାରର ଭିତର ପାଖରେ ଲାଲ ସୂତାରେ ବନ୍ଧା ବାସ୍ତୁର ତିନୋଟି ପବିତ୍ର ମୁଦ୍ରା ଲଗାଇବା ଭଲ ।
Powered by Froala Editor