ଅକ୍ସିଜେନ ଅଭାବ : ୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି । ଠିକ୍ ସମୟରେ ଅକ୍ସିଜେନ୍ ନପହଞ୍ଚିବାରୁ ୨୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଚାମରାଜନଗର ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କର ଅକ୍ସିଜେନ୍ ଆବଶ୍ୟକତା ପଡିଥିଲା । ବେଲ୍ଲାରୀରୁ ଅକ୍ସିଜେନ୍ ଆସିବାର ଥିଲା । କିନ୍ତୁ ଅକ୍ସିଜେନ୍ ଆସିବାରୁ ବିଳମ୍ବ ହେବାରୁ ଚାଲିଯାଇଥିଲା ଜୀବନ । ଏହି ଦୁର୍ଘଟଣା ପରେ ମଇଶୂରରୁ ଚାମରାଜନଗରକୁ ଅଢେଇ ଶହ ଅକ୍ସିଜେନ ସିଲିଣ୍ଡର ପଠାଯାଇଛି।
ଏହା ପୂର୍ବରୁ କାଲାବୁର୍ଗୀର କେବିଏନ ହସ୍ପିଟାଲରେ ଅକ୍ସିଜେନ ଅଭାବ କାରଣରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଗତ ଏକ ସପ୍ତାହ ମଧ୍ୟରେ କର୍ଣ୍ଣାଟକର ବହୁ ହସ୍ପିଟାଲରେ ଅକ୍ସିଜେନ ଅଭାବ କାରଣରୁ ବହୁ ରୋଗିଙ୍କ ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାର କଲାଣି।
Powered by Froala Editor