ବଡ ଖବର : ନନ୍ଦୀଗ୍ରାମରେ ମମତା ଆଗୁଆ

କୋଲକାତା : ଦୀର୍ଘ ସମୟ ପରେ ମମତା ବାନାର୍ଜୀଙ୍କ ପାଇଁ ଏକ ଭଲ ଖବର ଆସିଛି । ବହୁ ରାଉଣ୍ଡରେ ପଛରେ ଥିବା ମମତା ବାନାର୍ଜୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆଗରେ ରହିଛନ୍ତି । ତେବେ ସେ ୫୦୦ରୁ କମ ଭୋଟରେ ଆଗୁଆ ଅଛନ୍ତି । ଆହୁରି ୪ ରାଉଣ୍ଡ ଭୋଟ ଗଣତି ବାକି ଥିବାବେଳେ ମମତା ଅଧିକ ଭୋଟରେ ଜିତିବେ ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟଯେ, ଭୋଟ ଗଣତି ଆରମ୍ଭରୁ ମମତା ପଛରେ ପଡ଼ିଯାଇଥିଲେ । ପ୍ରତି ରାଉଣ୍ଡରେ ତାଙ୍କୁ ମାତ ଦେଇଥିଲେ ଶୁଭେନ୍ଦୁ । ତେବେ ପ୍ରଥମେ ଶୁଭେନ୍ଦୁଙ୍କ ଭଲ ଦବଦବା ଥିବା ଅଂଚଳରେ ଭୋଟ ଗଣତି ଚାଲିଥିଲା । ଏବେ ମମତା ଯେଉଁ ଅଂଚଳରେ ଭଲ ଭୋଟ ପାଇବେ ସେଠାରେ ଗଣତି ଚାଲିଥିବାରୁ ମମତାଙ୍କ ବ୍ୟବଧାନ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି ।
ଅପରପକ୍ଷରେ ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି ୨୦୮ ସିଟରେ ଆଗୁଆ ଥିବାବେଳେ ବିଜେପି ୮୦ ସିଟରେ ଆଗୁଆ ଅଛି । ମମତା ଜିଦରେ ନିଜ ମୂଳ ଆସନ ଛାଡ଼ି ନନ୍ଦୀଗ୍ରାମରେ ଲଢ଼ିବାକୁ ନିଷ୍ପତି ନେଇଥିଲେ । ମମତାଙ୍କୁ ହରାଇବା ପାଇଁ ବି ବିଜେପି ସବୁ ଶକ୍ତି ଲଗାଇ ଦେଇଥିଲା ।
Powered by Froala Editor