ଟିଏମସି ୨୦୬ ଆସନରେ ଆଗୁଆ
କୋଲକାତା : ବିଜେପି ୨୦୦ ଆସନ ପାଇବାର ନାରା ଦେଇଥିଲା । ଅପରପକ୍ଷରେ ମମତା ବାନାର୍ଜୀ ଖେଲା ହବେର ନାରା ଦେଇଥିଲେ । ବିଜେପିର ସବୁ ପ୍ରୟାସ ସତ୍ୱେ ମମତାଙ୍କ ଟିଏମସି ଜବରଦସ୍ତ ପ୍ରଦର୍ଶନ କରିଛି । ୪ ଘଂଟାର ଭୋଟ ଗଣତି ପରେ ଟିଏମସି ୨୦୬ ଆସନରେ ଆଗୁଆ ଥିବାବେଳେ ବିଜେପି ୮୩ ଆସନରେ ଆଗୁଆ ରହିଛି । ସେହିପରି ବାମମେଂଟ ୧ ଓ ଅନ୍ୟ ୨ ଆସନରେ ଆଗୁଆ ରହିଛନ୍ତି ।
ସାରା ଭାରତର ନଜର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଥିଲା । କାହିଁକିନା ମମତାଙ୍କୁ ଗାଦିରୁ ହଟାଇବା ପାଇଁ ବିଜେପି ସେଠାରେ ବହୁ ପରିଶ୍ରମ କରିଥିଲା । ୨୦୧୯ ନିର୍ବାଚନରେ ବି ବିଜେପି ଆଶାତୀତ ପ୍ରଦର୍ଶନ କରିଥିଲା । ଗତ ବିଧାନସଭା ନିର୍ବାଚନରେ ଦଳ ୩ଟି ଆସନ ପାଇଥିବାବେଳେ ଏବେ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ରହିଛି । ଅପରପକ୍ଷରେ ଭୋଟ ଗଣତି ଜାରି ରହିଥିବାବେଳେ ବିଜେପି କ୍ଷମତାକୁ ଫେରିବା ନିଶ୍ଚିତ ବୋଲି ମୁଖପାତ୍ରମାନେ ଦାବି କରିଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଉଛି ମମତା ବାନାର୍ଜୀ ଏବେ ନିଜ ନନ୍ଦୀଗ୍ରାମ ଆସନରେ ପଛରେ ରହିଛନ୍ତି ।
Powered by Froala Editor