କେରଳରେ କେଉଁ ଦଳ କେତେ ଆସନରେ ଆଗୁଆ ଜାଣନ୍ତୁ
ଥିରୁଭନନ୍ତପୁରମ : କେରଳ ବିଧାନସଭାର ୧୨୨ ଆସନ ସଂକ୍ରାନ୍ତରେ ନିର୍ବାଚନ କମିଶନ ତଥ୍ୟ ପ୍ରଦାନ କରିଛନ୍ତି । ବିଜେପି ୨ ଆସନରେ ଆଗୁଆ ଥିବାବେଳେ ସିପିଆଇ ୧୪, ସିପିଆଇଏମ ୪୭, କଂଗ୍ରେସ ସିକୁଲାର ୧, ସ୍ୱାଧୀନ ୪, କଂଗ୍ରେସ ୧୯, ଇଣ୍ଡିଆନ କଂଗ୍ରେସ ଲିଗ ୧, ଇଣ୍ଡିଆନ ୟୂନିୟନ ମୁସଲିମ ଲିଗ ୧୪, ଜନଧିପାଠିଆ କେରଳ କଂଗ୍ରେସ ୧, ଜନତା ଦଳ ସିକୁଲାର ୨, କେରଳ କଂଗ୍ରେସ ୪, କେରଳ କଂଗ୍ରେସ ଜାକବ ୧, କେରଳ କଂଗ୍ରେସ ଏମ ୬, କେରଳ କଂଗ୍ରେସ ବି ୧, ଲୋକତାନ୍ତ୍ରିକ ଜନତା ଦଳ ୧, ଏନସିପି ୨, ରିଭିଲୁସନାରୀ ମାର୍କିଷ୍ଟ ପାର୍ଟି ଅଫ ଇଣ୍ଡିଆ ୧, ଆରଏସପି ୧ ଆସନରେ ଆଗୁଆ ରହିଛି ।
୨୦୧୬ ବିଧାନସଭା ନିର୍ବାଚନରେ କେରଳରେ ବାମମେଂଟକୁ ୯୧ ଆସନ ମିଳିଥିଲା । ସିପିଆଇଏମକୁ ୫୮, ସିପିଆଇକୁ ୧୯, ଜେଡ଼ିଏସକୁ ୩, ଏନସିପିକୁ ୨ ଆସନ ମିଳିଥିବା ଅନ୍ୟଦଳମାନେ ବାକି ଆସନ ନେଇଥିଲେ । ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୂଡ଼ିଏଫକୁ ୪୭ ଆସନ ମିଳିଥିଲା । କଂଗ୍ରେସକୁ ୨୨, ଆଇୟୂଏମଏଲକୁ ୧୮, କେସିଏମକୁ ୬, କେସିଜେକୁ ୧ ଆସନ ମିଳିଥିଲା । ଯେତେବେଳେକି ବିଜେପି ଗୋଟିଏ ଆସନରେ ବାଜିମାତ କରିଥିଲା ।
Powered by Froala Editor