ଶୁଭେନ୍ଦୁ ୫ ହଜାର ଭୋଟରେ ଆଗୁଆ

କୋଲକାତା : ନନ୍ଦୀଗ୍ରାମ ବିଧାନସଭା ଆସନର ଆଉ ଏକ ରାଉଣ୍ଡ ଭୋଟ ଗଣତିର ଫଳାଫଳ ଆସିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ ୧୫୬୨୩ ଭୋଟ ପାଇଥିବାବେଳେ ମମତା ବାନାର୍ଜୀ ୧୦୮୯୫ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସିପିଏମର ମୀନାକ୍ଷୀ ମୁଖାର୍ଜୀ ୧୦୫୪ ଭୋଟ ପାଇଛନ୍ତି । ଏଯାବତ ୨୮ ହଜାର ଭୋଟ ଗଣତି ହୋଇଛି ।
ସେହିପରି ଇସିଆଇ ପଶ୍ଚିମବଙ୍ଗର ୧୭୨ ଆସନ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ଟିଏମସି ୧୧୨ ଆସନରେ ଆଗୁଆ ଥିବାବେଳେ ବିଜେପି ୫୮ ଆସନରେ ଆଗୁଆ ରହିଛି । ଯେତେବେଳେକି ସ୍ୱାଧୀନ ୨ ଆସନରେ ଅଗ୍ରଣୀ ହାସଲ କରିଛି ।
ସୂଚନାଯୋଗ୍ୟଯେ, ୨୦୧୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସିକୁ ୨୧୧ ଆସନ ମିଳିଥିବାବେଳେ ସିପିଏମକୁ ୨୬ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ସେହିପରି କଂଗ୍ରେସକୁ ୪୪, ଭାରତୀୟ ଜନତା ପାର୍ଟିକୁ ୩, ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକକୁ ୨, ଆରଏସପିକୁ ୩ ଆସନ ମିଳିଥିଲା ।
Powered by Froala Editor