ପଶ୍ଚିମବଙ୍ଗରେ ଟିଏମସିକୁ ବହୁମତ
କୋଲକାତା : ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ସମସ୍ତଙ୍କ ନଜର ଏବେ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇଛି । ଏବେ ପୋଷ୍ଟାଲ ଭୋଟ ସହ ଇଭିଏମ ପ୍ରଥମ ରାଉଣ୍ଡ ଗଣତି ଜାରିରହିଛି । ସଦ୍ୟତମ ସୂଚନା ଅନୁଯାୟୀ ପ୍ରାରମ୍ଭିକ ଗଣତିରେ ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସିକୁ ବହୁମତ ମିଳିଛି । ଦଳ ୧୪୭ ଆସନରେ ଆଗୁଆ ରହିଛି । ଯେତେବେଳେକି ବିଜେପି ଆଶାତୀତ ପ୍ରଦର୍ଶନ କରି ୧୧୨ ଆସନରେ ଆଗୁଆ ଅଛି । ଅପରପକ୍ଷରେ କଂଗ୍ରେସ ମେଂଟ ୬ ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ତଥାପିବି ଅନେକ ରାଉଣ୍ଡ ଭୋଟ ଗଣତି ବାକି ରହିଥିବାରୁ କିଏ ପ୍ରକୃତରେ ବାଜିମାତ କରିବ ତାହା ସ୍ପଷ୍ଟ ହୋଇପାରିନାହିଁ ।
ସୂଚନାଯୋଗ୍ୟଯେ, ୨୦୧୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସିକୁ ୨୧୧ ଆସନ ମିଳିଥିବାବେଳେ ସିପିଏମକୁ ୨୬ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ସେହିପରି କଂଗ୍ରେସକୁ ୪୪, ଭାରତୀୟ ଜନତା ପାର୍ଟିକୁ ୩, ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକକୁ ୨, ଆରଏସପିକୁ ୩ ଆସନ ମିଳିଥିଲା ।
Powered by Froala Editor