ୟୁକ୍ରେନର ବୃହତ୍ତମ ବିମାନ ‘ମ୍ରିୟା’କୁ ପୋଡ଼ି ଦେଇଛି ଋଷ ସେନା
ୟୁକ୍ରେନର ବୃହତ୍ତମ ବିମାନ ଏଏନ୍-୨୨୫ ‘ମ୍ରିୟା’କୁ ଋଷ ସେନା ନଷ୍ଟ କରିଦେଇଛି। ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା ଏହି ସୂଚନା ଦେଇଛନ୍ତି ।
ଏଏନ୍-୨୨୫ ‘ମ୍ରିୟା’ (ୟୁକ୍ରେନ୍ ଭାଷାରେ ଏହାର ଅର୍ଥ ‘ସ୍ୱପ୍ନ’) ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍’ ନିର୍ମାଣ କରିଥିଲା। ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଏଭ୍ ବାହାରେ ଥିବା ‘ହୋସ୍ତୋମେଲ୍ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।
ୟୁକ୍ରେନ୍ର ସରକାରୀ ଟୁଇଟର୍ ହ୍ୟାଣ୍ଡଲ୍ରେ ଲେଖାଯାଇଛି: ବିଶ୍ବର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ବପ୍ନ) କିଏଭ୍ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ରୁଷୀୟ ସେନା ଧ୍ବଂସ କରିଛି। ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ। ଶକ୍ତିଶାଳୀ, ସ୍ବାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ। ଟୁଇଟ୍ ସହ ୟୁକ୍ରେନୀୟ ହ୍ୟାଣ୍ଡଲ୍ରେ ଉକ୍ତ ବିମାନର ଫଟୋ ମଧ୍ୟ ପୋଷ୍ଟ୍ କରାଯାଇଛି ।
Powered by Froala Editor