ଋଷ ଯୁଦ୍ଧ ବିମାନକୁ ମାତ୍ ଦେଉଛି ୟୁକ୍ରେନ୍ର ‘ଭୂତ’
ୟୁକ୍ରେନ୍ ଆକାଶରେ ବୁଲୁଛି ‘ଭୂତ’। ଏକାକୀ ଧ୍ୱଂସ କରୁଛି ରୁଷ ଯୁଦ୍ଧ ବିମାନ। ଏହି ‘ଭୂତ’ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କ’ଣ ରହିଛି କିଭ୍ ଆକାଶରେ ବୁଲୁଥିବା ଏହି ଭୂତର ପ୍ରକୃତ ସତ୍ୟ ।
ରିପୋର୍ଟ ଅନୁସାରେ, ୟୁକ୍ରେନ ପାଇଲଟ ନିର୍ଭୟ ଭାବେ ଆକାଶରେ ଚକିତ କଲା ଭଳି କାମ କରୁଛନ୍ତି । ସେ ରୁଷର ଯୁଦ୍ଧ ବିମାନକୁ ମାରି ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏହାକୁ ସେମାନେ ‘ଘୋଷ୍ଟ ଅଫ୍ ଦି କିଭ୍’ ବୋଲି କହୁଛନ୍ତି। ଏହି ‘ଭୂତ’ ହେଉଛନ୍ତି ପ୍ରକୃତରେ ୟୁକ୍ରେନର ଜଣେ ସାହସୀ MiG-29 ଫୁଲକ୍ରମ୍ ଯୁଦ୍ଧ ବିମାନ ପାଇଲଟ୍ ଯାହାକୁ ୟୁକ୍ରେନର ନାଗରିକମାନେ ସେମାନଙ୍କର ‘ହିରୋ’ ବୋଲି କୁହନ୍ତି। ଯୁଦ୍ଧ ଆରମ୍ଭରୁ ଏହି ପାଇଲଟ୍ ରୁଷର ସେନା କରିଡର୍ରେ ହଇଚଇ ସୃଷ୍ଟି କରି ଏପର୍ଯ୍ୟନ୍ତ ୬ଟି ବିମାନକୁ ନଷ୍ଟ କରି ସାରିଲେଣି।
ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ସେ ଦୁଇଟି ୟୁକ୍ରେନ ଯୁଦ୍ଧ ବିମାନକୁ କିଭ୍ ଆଡେ ମୁହାଁଉଥିବା ଦେଖିଥିଲେ। ତେବେ ଏହି ଦୁଇଟି ବିମାନ କିଭ୍ ଭିତରକୁ କିନ୍ତୁ ପ୍ରବେଶ କରିନପାରି ଫେରି ଆସିଥିଲେ। ଏହା ଭୂତ ହୋଇପାରେ।’ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଏକ ଫଟୋ ଜାରି କରିଛନ୍ତି। ସୋସିଆଲ ମିଡିଆରେ ୟୁକ୍ରେନ ପାଇଲଟଙ୍କ ଅନେକ ଭିଡିଓ ସେୟାର କରାଯାଇଛି। ଏଥିରେ ମିଗ୍ ୨୯ଟି ରୁଷର ଏକ ବିମାନକୁ ପିଛା କରି ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି।
Powered by Froala Editor