ଆଜି ଦେଶବାସୀଙ୍କୁ 'ମନ୍ କି ବାତ' କହିବେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ୟ୍ୟକ୍ରମ 'ମନ୍ କି ବାତ' । ଦେଶବାସୀଙ୍କୁ ଆଜି ମନର କଥା କହିବେ ମୋଦି । ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ନେଇ PMO କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆଜିର ଏହି ମନ କି ବାତ କାର୍ୟ୍ୟକ୍ରମର ୮୬ତମ ଏପିସୋଡ । ଫେବୃଆରୀ ୧୩ ରେ ମୋଦି 'ମନ୍ କି ବାତ'ରେ ଦେଶବାସୀଙ୍କୁ ମନର କଥା କହିଥିଲେ । ବର୍ତ୍ତମାନ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲୁଥିବା ବେଳେ ସେଠାରେ ଅନେକ ଭାରତୀୟ ଫସି ରହିଛନ୍ତି । ଏ ବିଷୟରେ ଦେଶବାସୀଙ୍କୁ ଆଜି କିଛି ସୂଚନା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ' ଏକ ମାସିକ ରେଡିଓ କାର୍ୟ୍ୟକ୍ରମ । ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ୟ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ୟ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯିବ ।
Powered by Froala Editor