ଅସ୍ତ୍ର ଛାଡିଲେ ହେବ ଆଲୋଚନା: ଋଷ
ନୂଆଦିଲ୍ଲୀ: କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ ଉପରେ ଆକାଶମାର୍ଗରୁ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଶକ୍ତଶାଳୀ ରାଷ୍ଟ୍ର ଋଷ । ଘେରାବନ୍ଦୀ କରି ଋଷ ସେନା ଘନଘନ ବିସ୍ଫୋରଣ କରୁଛି । ଏହି ଭୟଙ୍କର ପରିସ୍ଥିତିରେ ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ ଋଷ ଚେତାବନୀ ଦେଇଛି । ଋଷର ବୈଦେଶିକ ମନ୍ତ୍ରୀ ସେର୍ଜେଇ ଲାଭରୋ କହିଛନ୍ତି ଯେ, ଯଦି ୟୁକ୍ରେନ ସେନା ଅସ୍ତ୍ର ଛାଡନ୍ତି ତେବେ କିଭ୍ ସହ ମସ୍କୋ ଆଲୋଚନା କରିବାକୁ ରାଜି ଅଛି । ସେ କହିଛନ୍ତି ଯେ, ମସ୍କୋ ନୂଆ ନାଜି ହେବାକୁ ଲକ୍ଷ୍ୟରେ ନାହିଁ କିମ୍ବା ୟୁକ୍ରେନ ଉପରେ ଶାସନ କରିବାର ଉଦେ୍ଧଶ୍ୟ ନାହିଁ ।
ଆକ୍ରମଣକାରୀ ଋଷ ସେନା ସହ ୟୁକ୍ରେନର ଯୁଦ୍ଧ ଜାରି ରହିଛି । ୟୁକ୍ରେନ ରାଜଧାନୀ କିଭ୍ ନିକଟରେ ପହଞ୍ଚି ଥିବା ଋଷ ସେନା ବିପକ୍ଷରେ ଦ୍ୱିତୀୟ ଦିନ ପାଇଁ ମୁହାଁମୁହିଁ ଜାରି ରହିଥିଲା । କିଭି ନିକଟରେ ଶୁକ୍ରବାର ଋଷର ଏକ ସେନା ବିମାନ ୟୁକ୍ରେନ ମାଡରେ ଟଳି ପଡିଛି । ଏହି ବିମାନଟି ଜଣକ ବାସଭବନର କୋଠା ଉପରେ କ୍ରାଶ କରିଥିଲା । ଋଷ ସୈନ୍ୟମାନେ ୟୁକ୍ରେନର ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ଗୁଳିଗୋଳା ମାଡ କରୁଥିବା ୟୁକ୍ରେନ କହିଛି । ୟୁକ୍ରେନ ଉପରେ ଲଗାତାର ମିଶାଇଲ ମାଡ ଜାରି ରହିଛି । ଜାରି ରହିଥଇବା ଯୁଦ୍ଧରେ ବହୁ ଧନ ଜୀବନ ନଷ୍ଟ ହେଲାଣି ।
Powered by Froala Editor