ରୁଷର ପରିବହନ ବିମାନ କ୍ରାଶ

ମସ୍କୋ: ଗୋଟିଏ ପଟେ ୟୁକ୍ରେନ ସହ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ରୁଷର ଗୋଟିଏ ପରିବହନ ବିମାନ କ୍ରାଶ କରି ଯାଇଛି। ଯୁଦ୍ଧ ପାଇଁ ସାମଗ୍ରୀ ନେଇ ଯାଉଥିବା ଅଣ୍ଟୋନୋଭ ଏଏନ-୨୬ ପରିବହନ ବିମାନଟି ରୁଷର ଦକ୍ଷିଣ ପ୍ରାନ୍ତରେ ଥିବା ଭୋରୋନେଝ ଅଞ୍ଚଳରେ କ୍ରାଶ ହୋଇଯାଇଥିବା ଖବର ମିଳିଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି। ଫଳରେ ଏଥିରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ମୁଖପାତ୍ର ବୈଷୟିକ ତ୍ରୁଟି ଯୋଗୁ ବିମାନଟି କ୍ରାଶ କରି ଯାଇଥିବା ସ୍ୱୀକାର କରିଛନ୍ତି। ହେଲେ ଏହାଦ୍ୱାରା ଗ୍ରାଉଣ୍ଡରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ଓ ସବୁ କିଛି ସ୍ୱାଭାବିକ ଥିବା କହିଛନ୍ତି।
ଗତକାଲି ୟୁକ୍ରେନର ଗୋଟିଏ ପରିବହନ ବିମାନ କ୍ରାଶ ହୋଇଯାଇଥିଲା। ଏଥିରେ ୧୮ ଜଣ ଯବାନ ଥିଲେ। ଦୁର୍ଘଟଣାରେ ସମସ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ନ୍ୟପକ୍ଷରେ ୟୁକ୍ରେନ ବିପକ୍ଷରେ ଋଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକାର ରାଷ୍ଟ୍ରପତି ବାଇଡେନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି, ପରିଣାମ ଭୋଗିବେ । ଋଷର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ । ଋଷର ୪ଟି ବଡ଼ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି । ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତି ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ । ଯଦି ଋଷ ସାଇବର ହମଲା କରେ, ସେଥିପାଇଁ ଆମେ ପ୍ରସ୍ତୁତ । ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ । ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବାର ଯୋଜନା ନାହିଁ । ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଚାହୁଁଛି ଋଷ । ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ହେବ ବୋଲି ବାଇଡେନ କହିଛନ୍ତି ।
Powered by Froala Editor