ଫେସବୁକ୍ରେ ଗାଇ କିଣି ଠକାମିରେ ପଡ଼ିଲେ ଚାଷୀ, ଦେଇଦେଲେ ୩୪ ହଜାର ଟଙ୍କା
ଫେସବୁକ୍ରେ ପ୍ରେମ କରି ଠକାମିରେ ପଡିଥିବା ବହୁବାର ଶୁଣିଛନ୍ତି । ତେବେ ଗାଇ କିଣି ଠକାମିରେ ପଡିଛନ୍ତି ଜଣେ ୬୭ ବର୍ଷୀୟ ବୃଦ୍ଧ । ହଁ ଏ କଥା ସତ । ମହାରାଷ୍ଟ୍ର ନାଗପୁର ଜିଲ୍ଲାର ଚାଷୀ ସୁଖଦେବ ପାଣ୍ଡୁରଙ୍ଗ ଗୁରୱେ ଏଭଳି ଠକାମିର ଶିକାର ହୋଇଛନ୍ତି ।
ଗୁରୱେଙ୍କୁ ଫେସବୁକ ଜରିଆରେ ଏକ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବରେ ସୂଚିତ ଥିଲା କି ୫୮,୦୦୦ଟଙ୍କାରେ ଦୁଇଟି ଗାଈ କିଣି ପାରିବେ। ଗୁରୱେ ଏହି ବିଜ୍ଞାପନ ଦେଇଥିବା ସୋନୁ କୁମାର ନାମକ ଯୁବକଙ୍କୁ ସମ୍ପର୍କ କରିଥିଲେ। ଏହାପରେ ଚାଷୀ ତିନିଟି କିସ୍ତିରେ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୩୪,୦୦୦ଟଙ୍କା ପଠାଇ ଥିଲେ। ଏହାପରେ କୁମାରଙ୍କ ସହିତ ଗୁରୱେ ଯୋଗାଯୋଗ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ଲାଭ ମିଳିଥିଲା।
ଶେଷରେ ଚାଷୀ ଠକେଇର ଶିକାର ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୁତାବକ ଠକ ସୋନୁ କୁମାର ବିରୋଧରେ ଆଇପିସି ଧାରା ୪୨୦ ଆଧାରରେ ମାମଲା ରୁଜୁ କରାଯାଇଛି।
Powered by Froala Editor