ଦିନକରେ ୧୪୦୦ ଟଙ୍କା ବଢ଼ିଲା ସୁନା ଦର
ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟାକୁ ନେଇ ସୁନା ଓ ରୂପା ଦର ମଧ୍ୟ ବଢିଚାଲିଛି । ଭାରତରେ ଏକାଥରକେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢ଼ିଛି। ଏକ କିଲୋ ରୁପା ଦାମ୍ରେ ମଧ୍ୟ ୨ ହଜାରରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ସୁନା-ରୁପାର ନୂଆ ଦର ଅନୁସାରେ ୯୯୯ ପିୟ୍ୟୁରିଟି ଥିବା ୧୦ ଗ୍ରାମ ସୁନା ଦାମ୍ ୫୧,୪୧୯ ଟଙ୍କାରେ ପହଞ୍ଚିଛି। ସେହିପରି ଏକ କିଲୋ ରୁପା ଦାମ୍ ବୃଦ୍ଧି ପାଇ ୬୬୫୧୦ରେ ପହଞ୍ଚିଛି।
ibjarates.com ଅନୁସାରେ ଆଜି ୨୪ କ୍ୟାରେଟ୍ ଥିବା ସୁନା ୧୦ ଗ୍ରାମ ପିଛା ୫୧୨୧୩ ଟଙ୍କାକୁ ବୃଦ୍ଧି ପାଇଛି। ୯୧୬ ସୁଦ୍ଧତା ଥିବା ୨୨ କ୍ୟାରେଟ୍ର ସୁନା ଦାମ୍ ୪୭,୧୦୦ ଟଙ୍କା, ୭୫୦ ପିୟ୍ୟୁରିଟି ଥିବା ୧୮ କ୍ୟାରେଟ୍ ସୁନା ଦାମ୍ ୩୮୫୬୪ ଓ ୫୮୫ ସୁଦ୍ଧତା ଥିବା ୧୪ କ୍ୟାରେଟ୍ର ସୁନା ଦାମ୍ ୩୦,୦୮୦କୁ ବୃଦ୍ଧି ପାଇଛି। ସେହିପରି ୯୯୯ ପିୟ୍ୟୁରିଟି ଥିବା ଖାଣ୍ଟି ରୁପାର ଦାମ୍ କିଲୋ ପିଛା ବୃଦ୍ଧି ପାଇ ୬୬୫୧୦ରେ ପହଞ୍ଚିଛି। ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ପରିଣତି କ’ଣ ହେବ ଜଣାପଡିନଥିବାବେଳେ ଦର ଆହୁରି ବଢିବ ବୋଲି ଆକଳନ କରାଯାଉଛି ।
Powered by Froala Editor