ଭାରତରେ ଦାରିଦ୍ର୍ୟ ଦୁଇଗୁଣ ବଢ଼ିଛି
ନୂଆଦିଲ୍ଲୀ: ଭାରତରେ ଦାରିଦ୍ର୍ୟ ୨୦୨୦ରେ ଦୁଇଗୁଣ ବଢ଼ିଛି । କରୋନା ସଂକ୍ରମଣ ଜନିତ ତାଲାବନ୍ଦ ଯୋଗୁଁ ଲୋକଙ୍କ ରୋଜଗାର କମିଛି ଅବା ବନ୍ଦ ହୋଇଯାଇଛି । କରୋନାର ଦ୍ୱିତୀୟ ଲହର ଯେମିତି ଉକ୍ରଟ ହୋଇଛି ଦେଶରେ ଦାରିଦ୍ର୍ୟ ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି । ଆମେରିକାର ପିଉ ଗବେଷଣା କେନ୍ଦ୍ର ପ୍ରଦତ୍ତ ତଥ୍ୟ ଅନୁସାରେ ଭାରତରେ ଦୈନିକ ୧୫୦ ଟଙ୍କାରୁ କମ ଆୟବର୍ଗଙ୍କ ସଂଖ୍ୟା ୬ କୋଟିରୁ ୧୩ କୋଟି ୪୦ ଲକ୍ଷକୁ ବୃଦ୍ଧି ପାଇଛି । ଅର୍ଥାତ ୨୦୨୦ ରେ ପ୍ରାୟ ସାଢେ଼ ୭ କୋଟି ଦରିଦ୍ର ବୃଦ୍ଧି ପାଇଛନ୍ତି । ସେହିପରି ମଧ୍ୟବିତ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ୩.୨ କୋଟି ହ୍ରାସ ପାଇ ୯.୯ କୋଟିରୁ ୬.୬ କୋଟିରେ ପହଞ୍ଚିଛି । ଏହି ବର୍ଗର ଅଧିକ ଲୋକ ଦରିଦ୍ର ହୋଇଛନ୍ତି । ସେ ଦୃଷ୍ଟିରୁ ସମାଜରେ ଅସମାନତା ବୃଦ୍ଧି ପାଇଛି । ଆଗକୁ ମଧ୍ୟବିତ୍ତଙ୍କ ସଂଖ୍ୟା ଆହୁରି ହ୍ରାସ ପାଇ ଦରିଦ୍ର ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ବୋଲି ଏହା ଦର୍ଶାଇଛି ।
Powered by Froala Editor