କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଆୟୁର୍ବେଦିକ ଔଷଧ ବେଶ ପ୍ରଭାବଶାଳୀ
ନୂଆଦିଲ୍ଲୀ: ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧ ଆୟୁଷ ୬୪ ବେଶ ପ୍ରଭାବଶାଳୀ ହୋଇଥିବା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି । କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ) ଦ୍ୱାରା ବିଭିନ୍ନ ଚେରମୂଳିରୁ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ୧୯୮୦ ରେ ମ୍ୟାଲେରିଆର ଉପଚାର ନିମନ୍ତେ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ କରାଯାଇ କରୋନା ପାଇଁ ବ୍ୟବହାର କରାଯାଉଛି । ଆୟୁଷ ୬୪କୁ ଜାତୀୟ ଔଷଧ ପରିଚାଳନା ମାନଦଣ୍ଡ ଆଧାରରେ ଅନୁମୋଦନ କରାଯାଇଛି । ଏହା ଉପରେ ବ୍ୟାପକ ଗବେଷଣା, ବୈଜ୍ଞାନିକ ଅନୁଧ୍ୟାନ କରାଯାଇଥିବା ଆୟୁଷ ମନ୍ତ୍ରଣାଳୟ କହିଛି ।
Powered by Froala Editor