ଥଣ୍ଡା ହୋଇଥିଲା, ଭଲ ହେବା ପରେ ଭୁଲିଗଲେ ୨୦ ବର୍ଷ ତଳର କଥା

ସାମାନ୍ୟ ଥଣ୍ଡା ଜ୍ୱର । ମେଡିସିନ ଦ୍ୱାରା ତୁରନ୍ତ ଭଲ ହେବ । ହେଲେ ଜଣେ ମହିଳାଙ୍କୁ ଥଣ୍ଡା ହେବାରୁ ସେ ବିଗତ ୨୦ ବର୍ଷର ଘଟଣା ଭୁଲି ଯାଇଛନ୍ତି । ଏପରିକି ବିବାହ, ତାଙ୍କ ଜନ୍ମିତ ଶିଶୁକୁ ବି ଭୁଲି ଯାଇଛନ୍ତି । ଏ ଘଟଣା ଘଟିଛି ବ୍ରିଟେନ୍ର ସାମ୍ବାଦିକା କ୍ଲାଇରେ ମୁଫେଟ୍ ରିସେ୍ ଙ୍କ ସହିତ ।
ରିସେ୍ଙ୍କୁ ଭୀଷଣ ଥଣ୍ଡା ଧରିଥିଲା । ଏନ୍ସେଫାଲିଟିସ୍ ହେବାରୁ ମସ୍ତିଷ୍କରେ ଇନ୍ଫ୍ଲାମେସନ୍ ହୋଇଥିଲା । ସଂକ୍ରମଣ ଯୋଗୁଁ ଏପରି ହୋଇଥିଲା । ଏହାପରେ ୪୩ ବର୍ଷୀୟା ସାମ୍ବାଦିକା କୋମାକୁ ଚାଲିଯାଇଥିଲେ । ଏଥିରେ ମସ୍ତିଷ୍କର ସଂକ୍ରମଣ ଯୋଗୁଁ ରକ୍ତସ୍ରାବ ବିଷୟରେ ଜଣା ପଡିଥିଲା । ରୟାଲ ଲଣ୍ଡନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା । ପରେ ସେ ସୁସ୍ଥ ହୋଇଥିଲେ । ହେଲେ ଏହି ସମୟରେ ସେ ବିଭିନ୍ନ ବିଚିତ୍ର ଘଟଣା ଅନୁଭବ କରିଥିବା କଥା କହିଛନ୍ତି । ସେ ଭଲ ହେବା ପରେ ତାଙ୍କର ବିବାହ , ପୁଅ ଜନ୍ମହେବା ଏବଂ ଅନେକ ବିଷୟ ଯାହା ପ୍ରାୟ ୨୦ ବର୍ଷର ହେବ ତାହା ଭୁଲିଯାଇଥିବା କଥା କହିଛନ୍ତି ।
Powered by Froala Editor