ସିରିଆ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼, ସୈନ୍ୟ ଠିକଣା ଧ୍ୱଂସ୍ତ
ୟୁକ୍ରେନ ଏବଂ ଋଷ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଇସ୍ରାଏଲ ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଏ ବାବଦରେ ନା ସିରିଆ ପକ୍ଷରୁ କୌଣସି ଅଧିକାରୀକ ଅଭିଯୋଗ ହୋଇଛି ନା ଇସ୍ରାଏଲ କୌଣସି ସୂଚନା ଦେଇଛି। ଏହି ଆକ୍ରମଣରେ ସିରିଆର କେତେକ ସୈନ୍ୟ ଠିକଣା ଧ୍ୱଂସ୍ତ ହୋଇଥିବାର ଅଜ୍ଞାତ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ସକାଳେ ଇସ୍ରାଏଲ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଏହି ଆକ୍ରମଣ ଇସ୍ରାଏଲ୍ ଦଖଲ କରିଥିବା ଗୋଲାନ୍ ହାଇଟ୍ସରୁ କରାଯାଇଥିଲା। ଯଦିଓ ଏହି ଆକ୍ରମଣରେ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସୈନ୍ୟ କ୍ୟାମ୍ପ ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଗତ ସପ୍ତାହରେ ସିରିଆରେ ମଧ୍ୟ ସମାନ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
ତେବେ ପୂର୍ବରୁ ଏଭଳି ଆକ୍ରମଣ କରିଥିବା ନେଇ ଇସ୍ରାଏଲ୍ ଅସ୍ୱୀକାର କରୁଛି। ଇସ୍ରାଏଲ୍ କହିଛି ଯେ ସେମାନେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛନ୍ତି ।
Powered by Froala Editor