୭ରୁ ୮ଟଙ୍କା ବଢିବ ପେଟ୍ରୋଲ!

ନୂଆଦିଲ୍ଲୀ:ଚରମସୀମାରେ ପହଂଚିଛି ୟୁକ୍ରେନ୍-ଋଷ ସଙ୍କଟ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଂଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷିଆ-ୟୁକ୍ରେନ ବିବାଦର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିବା ଆଶଙ୍କା କରାଯାଉଛି । ରୁଷିଆ-ୟୁକ୍ରେନ ବିବାଦ ଯୋଗୁ ପେଟ୍ରୋଲ ଓ ଡିଜେଲ ୭ରୁ ୮ଟଙ୍କା ବଢିବା ନେଇ ଆଶଙ୍କା କରାଯାଉଛି । ପେଟ୍ରୋଲ ଓ ଡିଜେଲ ସହ ଜାଳେଣି ଗ୍ୟାସ ଦାମ ମଧ୍ୟ ବଢିବା ଆଶଙ୍କା ରହିଛି । ରୁଷିଆ-ୟୁକ୍ରେନ ବିବାଦ ଯୋଗୁଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଟଙ୍କାର ନିକତର । ଅଶୋଧିତ ତୈଳ ୧ ଡଲାର ବଢିଲେ, ଲିଟର ପିଛା ୭୦/୮୦ ପଇସା ବଢିବ । େଓଷ୍ଟର୍ଣ୍ଣ ରୁଟ ଦେଇ ରୁଷିଆରୁ ଭାରତକୁ ତୈଳ ଆସିବା ସମ୍ଭାବନା କ୍ଷୀଣ ବୋଲି ଜଣାଯାଇଛି ।
ଅନ୍ୟପକ୍ଷରେ ୟୁକ୍ରେନ୍-ଋଷ ବିବାଦରେ ଆକ୍ସନକୁ ଆସିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଆଉ ବ୍ୟବସାୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ । ଏହା ସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ ।
Powered by Froala Editor