ୟୁକ୍ରେନ-ରୁଷ୍ ଯୁଦ୍ଧ ସଙ୍କଟ : ଭୁଶୁଡ଼ିଲା ସେୟାର ମାର୍କେଟ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଉପରେ ପଡ଼ିଛି। ବିଶ୍ୱରେ ଯୁଦ୍ଧର ଘନଘଟା ଭିତରେ ହତାଶ ହୋଇଛନ୍ତି ନିବେଶକ । ଆଜି କାରବାର ଆରମ୍ଭ ହେବା କ୍ଷଣି ସେନ୍ସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସି ଯାଇଛି। ଏହି ସେହି ସମୟରେ ନିଫଟି ମଧ୍ୟ ୧୭ ହଜାର ତଳକୁ ଆସି ଯାଇଛି। ଯଦି ଆମେ କାରବାରକୁ ଦେଖିବା ତା'ହେଲେ ସେନସେକ୍ସ୧୦୯୪.୩୧ ପଏଣ୍ଟ ବା ୧.୯୦% ହ୍ରାସ ପାଇ ୫୬,୫୮୯.୨୭ ସ୍ତରରେ ଚାଲିଛି।
ଆଜି ସକାଳୁ ମାର୍କେଟ ଖୋଲିବା ପରେ ରେଡ୍ ହୋଇଛି ସବୁ ସେକ୍ଟର ସେୟାର । IT, ମେଟାଲ, କ୍ୟାପିଟାଲ ଗୁଡ୍ସ, ବ୍ୟାଙ୍କିଂ ସେକ୍ଟର ସେୟାର ଲଗାତାର ହ୍ରାସ ପାଉଛି । ସେପଟେ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ବଢୁଛି ଅଶୋଧିତ ତୈଳଦର । ତୈଳ ଦର ବ୍ୟାରେଲ ପିଛା ୯୮ ଟଙ୍କାରେ ପହଞ୍ଚିଛି । ଖୁବଶୀଘ୍ର ଏହା ଶହେ ଛୁଇଁବା ଆଶଙ୍କା କରାଯାଉଛି ।
ନିଫଟି କ୍ଷେତ୍ରରେ ଟିସିଏସ୍ ସବୁଠାରୁ ଅଧିକ କ୍ଷତି ସହିଛି। ଏହାର ଶେୟାର ମୂଲ୍ୟ ୨.୯୪% ହ୍ରାସ ପାଇ ୩,୬୧୦ ଟଙ୍କାରେ ପହଞ୍ଚିଛି। ସେହିପରି ଏଲ ଆଣ୍ଡ ଟି, ଡା ରେଡ୍ଡୀସ ଲ୍ୟାବ, ୟୁପିଏଲ ଓ ବଜାବ ଫିନସରଭ ମଧ୍ୟ ବପୁଳ କ୍ଷତି ସହିଛନ୍ତି। ତେବେ ଓଏନଜିସିର ଶେୟାର ମୂଲ୍ୟ ମାନ୍ଦାବସ୍ଥା ସତ୍ତ୍ୱେ ବୃଦ୍ଧି ପାଇଛି।
Powered by Froala Editor