ଏଲିଜାବେଥ-୨ଙ୍କୁ କୋରୋନା

ଲଣ୍ଡନ: କୋରୋନାରେ ଆକ୍ରାନ୍ତ ହେଲେ ୯୫ବର୍ଷିୟ ବ୍ରିଟେନ ମହାରାଣୀ ଏଲିଜାବେଥ-୨ । ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ରବିବାର ଏହି ସୂଚନା ଦିଆଯାଇଛି । ମହାରାଣୀଙ୍କ ନିକଟରେ କୋଭିଡ୍-୧୯ର ଥଣ୍ଡା, କାଶ ପରି ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ୯୫ ବର୍ଷୀୟ ମହାରାଣୀ ବର୍ତ୍ତମାନ ତାଙ୍କ ୱିଣ୍ଡସର୍ ପ୍ୟାଲେସରେ ରହୁଛନ୍ତି ଏବଂ ଆଗାମୀ କିଛି ଦିନ ପାଇଁ ସେ ଡାକ୍ତରଙ୍କ ପରାମର୍ଶରେ ସାଧାରଣ କାମ କରିବା ନେଇ ସୂଚନା ଦିଆଯାଇଛି ।
ରାଣୀ ଏଲିଜାବେଥ-୨ କୋରୋନାର ଟିକାର ୩ଟି ଯାକ ଡୋଜ ନେଇଥିବା ସତ୍ତ୍ବେ ମଧ୍ୟ କୋରୋନା ପଜିଟିଭ ହୋଇଛନ୍ତି । ବ୍ରିଟେନରେ ପ୍ରଚଳିତ ନିୟମ ଅନୁଯାୟୀ, ରାଣୀ ୧୦ ଦିନ ପର୍ୟ୍ୟନ୍ତ ଆଇସୋଲେସନରେ ରହିବେ । ଆଇସୋଲେସନରେ ରହି ସେ ନିଜର ଡ୍ୟୁଟି ଜାରି ରଖିବେ ବେଲି ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି । କିଛି ଦିନ ପୂର୍ବରୁ ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସ ଓ ବୋହୂ କାମିଲା ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ ।
Powered by Froala Editor