ୟୁପି ନିର୍ବାଚନୀ ଡୁ୍ୟଟି ପରେ ୫୭୭ ଶିକ୍ଷକଙ୍କର ମୃତୁ୍ୟ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି । ନିର୍ବାଚନ ଡୁ୍ୟଟିରେ ନିୟୋଜିତ ଥିବା ୫୭୭ ଜଣ ଶିକ୍ଷକ ସଂଗଠନ ଦାବି କରିଛି । ଡୁ୍ୟଟିରୁ ଫେରିବା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସମସ୍ତ ୫୭୭ ଶିକ୍ଷକଙ୍କର ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି । ମେ ୨ରେ ହେବାକୁ ଥିବା ମତ ଗଣନା ରଦ୍ଧ କରିବାକୁ ରାଜ୍ୟ ଶିକ୍ଷକ ସଂଗଠନ ଦାବି କରିଛି । ଆଜମଗଡ ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଶିକ୍ଷକଙ୍କର ମୃତୁ୍ୟ ହୋଇଛି । ପରେ ପ୍ରୟାଗରାଜ ଜିଲ୍ଲାରୁ ୨୫ ଜଣ ଏବଂ ଲକ୍ଷ୍ନୌ ଓ ଲକ୍ଷ୍ମୀମପୁରରୁ ୨୦ ଜଣ ଲେଖାଏଁ ଶିକ୍ଷକଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।
Powered by Froala Editor