ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ସୋନୁ ସୁଦ ଅଟକ : ମତଦାତାଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ

ପଞ୍ଜାବ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଅଟକ ରଖାଯାଇଛି। ସୋନୁ ଭିନ୍ନ ଭିନ୍ନ ମତଦାନ କେନ୍ଦ୍ରକୁ ଯାଇ ଲୋକଙ୍କୁ ଭେଟୁଥିଲେ। ତେବେ ମୋଗାର ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ହିଁ ତାଙ୍କୁ ଅଟକ ରଖାଯାଇଛି। ଅକାଳି ଦଳର ଅଭିଯୋଗ ପରେ ତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଅଟକ ରଖାଯାଇଛି।
ସୂଚନା ମୁତାବକ, ସୋନୁ ସୁଦ୍ ଗାଁରେ ଯାଉଥିଲେ। ଏହି ସମୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ଯେ, ସେଲିବ୍ରିଟିଙ୍କୁ ଦେଖି ଲୋକେ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରେ ପ୍ରଭାବିତ ହୋଇପାରନ୍ତି। ଏହାପରେ ନିର୍ବାଚନ ଆୟୋଗ ସୋନୁ ସୁଦ୍ଙ୍କ ଗାଡ଼ି ଜବତ କରିଥିଲେ।
ସେପଟେ ସୋନୁ ସୁଦ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏ ସମସ୍ତ ଅଭିଯୋଗ ପୂରା ଭୁଲ୍ ବୋଲି କହିଛନ୍ତି ସୋନୁ। ସେ କୌଣସି ବି ପ୍ରକାରରେ ଭୋଟର୍ଙ୍କୁ ପ୍ରଭାବିତ କରିନାହାନ୍ତି। ତାଙ୍କ କହିବା ମୁତାବକ, ସେ କେବଳ ସମର୍ଥକଙ୍କ ଠାରୁ ରିପୋର୍ଟ ନେଉଥିଲେ। ସୂଚନା ଯେ, ସୋନୁ ସୁଦ୍ଙ୍କ ଭଉଣୀ ମାଳବିକା ସୁଦ୍ ମୋଗାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି।
Powered by Froala Editor