୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭ ନିର୍ବାଚନ ଲାଗି ଚାଲଛି ଭୋଟିଂ। ୧୧୭ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ତେବେ ଏହାପୂର୍ବରୁ ହରିୟାଣାର ସୋନିପତିରୁ ଧରାପଡିଛନ୍ତି ୪ ଖଲିସ୍ତାନୀ ଆତଙ୍କବାଦୀ। ଶନିବାର ଖଲିସ୍ତାନୀ ସଙ୍ଗଠନ ସହ ଜଡିତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି ପୁଲିସ। ଏମାନେ ପଞ୍ଜାବ ନିର୍ବାଚନରେ ଅଘଟଣା ଘଟାଇବା ପାଇଁ ଯୋଜନା କରିଥିବା ପୁଲିସ କହିଛି।
ସୂଚନା ମୁତାବକ, ଗତକାଲି ପୁଲିସ ୩ ଜଣ ଆତଙ୍କବାଦୀଙ୍କୁ ହରିଆଣାର ଜୁଆଁ ଗାଁରୁ ଗିରଫ କରିଥିବା ବେଳେ ଜଣକୁ ସନ୍ଧ୍ୟାରେ ସୋନିପତରୁ ଗିରଫ କରିଥିଲା। ଗିରଫ ଆତଙ୍କବାଦୀମାନେ ସୋସିଆଲ ମିଡିଆ ଜରିଆରେ ଖାଲିସ୍ତାନ ଟାଇଗର ଫୋର୍ସ ଏବଂ ଇଣ୍ଟରନ୍ୟାସନାଲ ଶିଖ ୟୁଥ ଫେଡେରେସନ୍ ସହିତ ଜଡିତ ଥିଲେ।
ପୁଲିସ ଏହି ଚାରି ଜଣଙ୍କ ଠାରୁ ଗୋଟିଏ ଇକ-୪୭, ଚାରିଟି ବିଦେଶୀ ପିସ୍ତଲ, ଗୋଟିଏ ଦେଶି ବନ୍ଧୁକ ଏବଂ ୫୬ଟି ଜୀବନ୍ତ ଗୁଳି ଜବତ କରିଛି।
Powered by Froala Editor