କମୁଛି ସଂକ୍ରମଣ : ଉତ୍ତରପ୍ରଦେଶରେ ହଟିଲା ନାଇଟ୍ କର୍ଫ୍ୟୁ

ଶନିବାରରୁ ଉତ୍ତରପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ କଟକଣା ହଟାଯିବା ପାଇଁ ଘୋଷଣା କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ପଠାଯାଇଛି । ଏହାଦ୍ୱାରା ରାତି ସମୟରେ ଦୋକାନ ବଜାର ବନ୍ଦ ଉପରେ ଥିବା ପ୍ରତିବନ୍ଧକ ମଧ୍ୟ ହଟାଯାଇଛି।
କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା କାରଣରୁ ରାତି ୧୧ ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି ହୋଇଥିଲା। କଟକଣା ଲାଗୁ ହେବା କାରଣରୁ ଦୋକାନ, ବଜାର, ରେସ୍ତୋରାଁ ରାତି ୧୧ ସୁଦ୍ଧା ବନ୍ଦ କରାଯାଉଥିଲା। କରୋନାର ଦୈନିକ ସଂକ୍ରମଣ ଲଗାତାର କମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଲକ୍ଷ୍ନୌରେ ଦୈନିକ ମିଳୁଥିବା ନୂତନ ସଂକ୍ରମିତ ସଂଖ୍ୟା ପ୍ରାୟ ୧୦୦ ରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ରାପିଡ୍ ରେସପନ୍ସ ଦଳ ସଂଖ୍ୟାକୁ ୫୦ ପ୍ରତିଶତକୁ ହ୍ରାସ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।
ସୂଚନା ଥାଉ କି, ଗତକାଲି ଓଡ଼ିଶାରେ ମଧ୍ୟ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଥିଲା । ସାରା ରାଜ୍ୟରେ କୋଭିଡ ମାମଲା କମୁଥିବାରୁ ନାଇଟ କର୍ଫ୍ୟୁ ହଟାଇଦିଆଯିବାକୁ ଗତକାଲି ନିଷ୍ପତ୍ତି ନିଆଯାଇଥିଲା ।
Powered by Froala Editor