ଭୟ ବଢ଼ାଇଲେ କୁମ୍ଭ ଫେରନ୍ତା : ୬୧ ଜଣଙ୍କ ମଧ୍ୟରୁ ୬୦ କରୋନା ପଜିଟିଭ
ଯାହା ଭୟ ଥିଲା ସେଇଆ ହେଲା । କୁମ୍ଭମେଳାରେ ଲୋକଙ୍କ ସମାଗମ ଦେଖି କରୋନାର ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଉଥିଲା । ଏବେ ମଧ୍ୟପ୍ରଦେଶ ବିଦିଶା ଜିଲ୍ଲା ମୁଖ୍ୟାଳୟରୁ ୪୦ କିଲୋମିଟର ଦୂରରେ ଥିବା ଗ୍ୟାରସପୁରରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ଏଠାରେ କୁମ୍ଭମେଳାରୁ ଫେରିଥିବା ୬୧ ଜଣ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆହୁରି ୨୨ ଜଣଙ୍କ ବିଷୟରେ କିଛି ସ୍ପଷ୍ଟ ଜଣାପଡିନାହିଁ । ତେବେ ୬୧ ଜଣଙ୍କ ମଧ୍ୟରୁ ୬୦ ପଜିଟିଭ କଥା ଜଣାପଡିବା ପରେ ବିଦିଶାରେ ଭୟର ଆତଙ୍କ ଖେଳିଯାଇଛି ।
ବିଦିଶା ଜିଲ୍ଲା ପ୍ରଶାସନ କହିବା ମୁତାବକ, ୮୩ ତୀର୍ଥଯାତ୍ରୀ ୩ ଟି ଅଲଗା ଅଲଗା ବସରେ ୧୧ରୁ ୧୫ ତାରିଖ ମଧ୍ୟରେ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ତେବେ ୨୫ ଏପ୍ରିଲରେ ଏମାନେ ସମସ୍ତେ ଫେରିଆସିଥିଲେ । ତେବେ ଫେରିବା ପରେ ଏମାନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ହେଲେ ଏମାନଙ୍କ ମଧ୍ୟରୁ ୬୧ ଜଣଙ୍କ ସଂପର୍କରେ ସୂଚନା ମିଳୁଛି । ବାକି ୨୨ ଜଣ କୁଆଡେ ଗଲେ ସେ ବିଷୟରେ କିଛି ଜଣାପଡୁନି । ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ତେବେ ୬୦ ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
Powered by Froala Editor