ନିଜ ଭୁଲକୁ ସ୍ୱୀକାର କରିବା ପରିର୍ବତ୍ତେ ନେହେରୁଙ୍କ ଉପରେ ଦୋଷ ଲଦୁଛନ୍ତି ବିଜେପି ନେତାମାନେ : ମନମୋହନ
ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । ସମସ୍ୟା ସମାଧାନ କରିନପାରିବା ଓ ତ୍ରୁଟିପୂର୍ଣ୍ଣ ନୀତିକୁ ସୁଧାରିବାରେ ବିଫଳ ହେବା ପରେ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମେତ ଇତିହାସକୁ ଦାୟୀ କରୁଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ କହିଛନ୍ତି।
ସେ କହିଛନ୍ତି, ଗୋଟିଏ ପଟେ ଲୋକମାନେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ସାମ୍ନା କରୁଛନ୍ତି, ଅନ୍ୟପକ୍ଷରେ ସାତ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବର୍ତ୍ତମାନର ସରକାର ସେମାନଙ୍କର ଭୁଲକୁ ସ୍ୱୀକାର କରିବା ଏବଂ ସଂଶୋଧନ କରିବା ପରିବର୍ତ୍ତେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରୁଛନ୍ତି।
ନିଜ ଭୁଲକୁ ସ୍ୱୀକାର କରିବା ପରିର୍ବତ୍ତେ ବିଜେପି ନେତାମାନେ ଜବାହରଲାଲ ନେହେରୁଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା । ବିଜେପି ଶାସନ ଆସିବା ପରେ ରାଷ୍ଟ୍ରାବାଦ ନାଁରେ ଦେଶରେ ବଢ଼ିଛି ସାମ୍ପ୍ରଦାୟିକ ଭେଦଭାବ । ସରକାରଙ୍କ ବିଦେଶ ନୀତି ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ।
Powered by Froala Editor