ଯୁଦ୍ଧ ସଙ୍କଟ ଟଳିଲା : ୟୁକ୍ରେନ ସୀମାରୁ ବାରାକ ଫେରୁଛନ୍ତି ଋଷୀୟ ସେନା

ୟୁକ୍ରେନ ସୀମାରୁ ଋଷୀୟ ସେନା ନିଜ ବାରାକକୁ ଫେରୁଛନ୍ତି । ଏ ନେଇ ଖୋଦ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି । ଏ ଖବର ମିଳିବା ପରେ ଏକ ପ୍ରକାର ଆଶ୍ୱସ୍ତି ମିଳିଛି । ୟୁକ୍ରେନ୍ ସୀମାରେ ଋଷ ସେନା ମୁତୟନ ପରେ ଯୁଦ୍ଧ ଏକ ପ୍ରକାଶ ନିଶ୍ଚିତ ହୋଇଥିଲା । କିନ୍ତୁ ଏବେ ବିଶ୍ୱ ପାଇଁ ଆଶ୍ୱସ୍ତିର ଖବର ଆସିଛି ।
ଋଷୀୟ ପ୍ରତିରକ୍ଷା ମନ୍ତ୍ରାଳୟକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥା ଇଣ୍ଟରଫାକ୍ସ କହିଛି ଯେ, ୟୁକ୍ରେନ ସୀମାକୁ ଲାଗିଥିବା ଋଷୀୟ ମିଲିଟାରୀ ଡିଷ୍ଟ୍ରିକ୍ଟର ସୈନ୍ୟମାନେ ନିଜ ନିଜ ବାରାକକୁ ଫେରିଛନ୍ତି । ସେମାନେ ନିଜର ସମରାଭ୍ୟାସ ଶେଷ କରି ଫେରୁଥିବା କୁହାଯାଉଛି । ଋଷିଆର ଏହି ଘୋଷଣା ପରେ ପୂର୍ବ ୟୁରୋପରେ ହେବାକୁ ଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଏଡ଼ାଇବାକୁ ଚାଲିଥିବା କୂଟନୈତିକ ଉଦ୍ୟମ ସଫଳ ହେଉଥିବା କୁହାଯାଉଛି । ତେବେ ୟୁକ୍ରେନ ସୀମାରେ ଏବେ ବି ୧ ଲକ୍ଷରୁ ଅଧିକ ଋଷ ସୈନ୍ୟ ଅଛନ୍ତି ।
ଋଷ ନିଜର ସୈନ୍ୟ ଅପସାରଣ ଖବର ସହ ୟୁକ୍ରେନ ମଧ୍ୟ ଘୋଷଣା କରି କହିଛି, ପାଶ୍ଚାତ୍ୟ ଦେଶ ମିଶି ଋଷର ଆକ୍ରମଣକୁ ଟାଳିବାରେ ସଫଳ ହୋଇଛି। ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାମଟ୍ରୋ କୁଲେବା କିଭ୍ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଏବଂ ଆମର ମିତ୍ରରାଷ୍ଟ୍ର ଋଷର ଆକ୍ରମଣ ଟାଳିବାରେ ସଫଳ ହୋଇଛି। କୂଟନୈତିକ ଆଲୋଚନା ଏବେ ବି ଜାରି ରହିଛି।
Powered by Froala Editor