ହିଜାବକୁ ବାରଣ କରିବାରୁ ପରୀକ୍ଷା ଅଧାରୁ ଉଠି ପଳାଇଲେ ଛାତ୍ରୀ

କର୍ଣ୍ଣାଟକ ଠାରୁ ଆରମ୍ଭ କରି ତେଲେଙ୍ଗାନା ଯାଏ ସବୁଠି ହିଜାବ ଓ ବୁର୍ଖାକୁ ନେଇ ବିବାଦ ଲାଗି ରହିଛି । ଗତକାଲି କର୍ଣ୍ଣାଟକର ଏକ ସ୍କୁଲରେ ଛାତ୍ରୀଙ୍କୁ ହିଜାବ ଖୋଲିବାକୁ ବାଧ୍ୟ କରାଯାଇଥିଲା । ଛାତ୍ରୀମାନେ ହିଜାବ ଖୋଲିବା ପରେ ହିଁ ସ୍କୁଲ ଭିତରକୁ ଅନୁମତି ମିଳିଥିଲା । ତେବେ ହିଜାବକୁ ନେଇ ପୁଣି ଏକ ମାମଲା ସାମ୍ନାକୁ ଆସିଛି । ପରୀକ୍ଷାବେଳେ ଜଣେ ଛାତ୍ରୀଙ୍କୁ ବାଧ୍ୟ କରିବାରୁ ସେ ଅଧାରୁ ଉଠି ପଳାଇଛନ୍ତି । ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟରକ ଶିବମୋଗା ଜିଲ୍ଲାରେ।
ଏଠାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଏବଂ ୯ମ ଶ୍ରେଣୀର ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିଲେ। ଏହା ଦେଖିବା ପରେ ସ୍କୁଲ ପ୍ରଶାସନ ତାଙ୍କୁ ବାରଣ କରିଥିଲେ। ହିଜାବ ବାହାର କରିବା ପାଇଁ ତାଙ୍କୁ କହିଥିଲେ ସ୍କୁଲ ପ୍ରଶାସନ। ଏହାପରେ ରାଗି ଯାଇ ଦୁଇ ଜଣ ଛାତ୍ରୀ ପରୀକ୍ଷା ଛାଡି ଅଧାରୁ ଉଠି ସ୍କୁଲ ଛାଡି ପଳାଇଥିଲେ।
ଏ ଘଟଣା ପରେ ଜଣେ ଛାତ୍ରୀଙ୍କ ବାପା-ମା’ କହିଛନ୍ତି, ପୂର୍ବରୁ ହିଜାବ ପିନ୍ଧିବାକୁ କେବେବି ବାରଣ କରାଯାଇନଥିଲା। ଆମ ପିଲାମାନେ ହିଜାବ ପିନ୍ଧି ପଢ଼ିବାକୁ ଚାହୁଁଛନ୍ତି। ଯଦି ହିନ୍ଦୁ ଛାତ୍ରୀମାନେ ସିନ୍ଦୁର ଲଗାଇ, ଖ୍ରୀଷ୍ଟିଆନ୍ ଛାତ୍ରୀମାନେ ବେକରେ ମାଳ ପିନ୍ଧିପାରୁଛନ୍ତି ତେବେ ଆମ ପିଲମାନେ ହିଜାବ ପିନ୍ଧିଲେ ଭୁଲ୍ କ’ଣ ବୋଲି ପ୍ରଶ୍ନ ପଚାରିଛନ୍ତି।
Powered by Froala Editor