ଏପ୍ରିଲ ୧ ରୁ ଦାୟିତ୍ୱ ଗ୍ରହଣ କରିବେ ଏୟାର ଇଣ୍ଡିଆର ନୂଆ ସିଇଓ
ନୂଆଦିଲ୍ଲୀ: ଟାଟା ସନ୍ସ ତୁର୍କିସ୍ ଏୟାର ଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲ୍କାର ଆୟସୀଙ୍କୁ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ କରିଛି । କମ୍ପାନୀ ଆଜିର ବୋର୍ଡ୍ ମିଟିଂରେ ଏହି ନିଷ୍ପତି ନେଇଛି । ଏପ୍ରିଲ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ । ବୋର୍ଡ୍ ବୈଠକରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ର ଶେଖରନ୍ ମଧ୍ୟ ସାମିଲ ଥିଲେ । ତେବେ ଦାୟିତ୍ୱଗ୍ରହଣ ପୂର୍ବରୁ ତାଙ୍କ ନାମକୁ ସମସ୍ତ ନିୟନ୍ତ୍ରକଙ୍କଠାରୁ ମଂଜୁରୀ ମିଳିବାର ଆବଶ୍ୟକତା ରହିଛି । ଟାଟା ସନ୍ସ ଏୟାର ଇଣ୍ଡିଆର ଶତ ପ୍ରତିଶତ ସେୟାର ୧୮ ହଜାର ୩ଶହ କୋଟି ଟଙ୍କାରେ କିଣିଥିଲା । ଜାନୁଆରୀ ୨୭ ତାରିଖ ଦିନ ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଥିଲା ।
ଆୟସୀଙ୍କ ଜନ୍ମ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ୧୯୭୧ ମସିହାରେ ହୋଇଥିଲେ । ୫୧ ବର୍ଷୀୟ ଆୟସୀ ତୁର୍କୀର ଭିଲ୍କେଣ୍ଟ୍ ବିଶ୍ୱବିଦ୍ୟାଳରୁ ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନରେ ସ୍ନାତକ ହାସଲ କରିଥିଲେ । ସେ ମଧ୍ୟ ଇଂଲଣ୍ଡର ଲିଡସ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି ।
Powered by Froala Editor