ଭାରତରେ ୯୫ କୋଟି ୨୪ଲକ୍ଷ ୮୧ ହଜାର ୪୫୯ ମତଦାତା
ନୂଆଦିଲ୍ଲୀ : ଭାରତରେ ମତଦାତାଙ୍କ ସଂଖ୍ୟା ଜାନୁଆରୀ ୧ ସୁଦ୍ଧା ୯୫ କୋଟି ୨୪ ଲକ୍ଷ ୮୧ ହଜାର ୪୫୯ରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ସୂଚନାନୁସାରେ ସାଧାରଣ ମତାଦାତାଙ୍କ ସଂଖ୍ୟା ୯୫ କୋଟି ୪୪ ଲକ୍ଷ ୬ ହଜାର ୫୫୧ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୪୮,୯୯,୦୬୮୭୪ ଓ ମହିଳା ୪୬,୦୪୯,୩୭୯୬। ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୪୫,୮୮୧ ରହିଛି। ପ୍ରବାସୀଙ୍କ ସଂଖ୍ୟା ୧,୨୨,୨୦୦ ଥିବାବେଳେ ସର୍ଭିସ ମତଦାତା ୧୯,୧୨,୭୦୮। ଉତ୍ତର ପ୍ରଦେଶରେ ସର୍ବାଧିକ ୧୫,୦୫୮,୩୮୭୯ ମତଦାତା ଅଛନ୍ତି। ଲାକ୍ଷାଦ୍ବୀପରେ ସର୍ବନିମ୍ନ ୫୬,୨୬୯ ମତଦାତା ଅଛନ୍ତି। ଓଡ଼ିଶାରେ ମୋଟ ୩,୩୦,୩୩,୨୦୯ ଥିବାବେଳେ ସାଧାରଣ ମତଦାତାଙ୍କ ସଂଖ୍ୟା ୩,୨୯,୮,୩୨୮୧। ଏଥିରେ ପୁରୁଷ ୧,୬୭,୯୬,୪୫୯ ଓ ମହିଳା ୧୬,୧୮,୩,୭୯୭ ଏବଂ ତୃତୀୟ ଲିଙ୍ଗ ୩୦୨୫। ଓଡ଼ିଶାର ପ୍ରବାସୀ ମତଦାତାଙ୍କ ସଖ୍ୟା ୧୮୮। ସର୍ଭିସ ମତଦାତାଙ୍କ ସଂଖ୍ୟା ୪୯,୭୪୬ ରହିଛି। ଏଥିରେ ପୁରଷଙ୍କ ସଂଖ୍ୟା ୪୭,୫୬୦ ଓ ମହିଳାଙ୍କ ସଂଖ୍ୟା ୨୧୮୬ ରହିଛି।
Powered by Froala Editor