ଜଗା ଦର୍ଶନ ପାଇଁ ଦରକାର ପଡିବନି ଡବଲ ଡୋଜ କୋଭିଡ ଟିକା ପ୍ରମାଣପତ୍ର, କେବଳ ମାସ୍କ ବାଧ୍ୟତାମୂଳକ
ପୁଣି ସ୍ୱଭାବିକ ହେବାକୁ ଯାଉଛି ଜଗା ଦର୍ଶନ । ଏଣିକି ଆଉ ଦରକାର ପଡିବନି ଡବଲ ଡୋଜ କୋଭିଡ ଟିକା ପ୍ରମାଣପତ୍ର । ଏହା ସହିତ କିଓସ୍କ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯିବ । ଆସନ୍ତା ଫେବୃଆରୀ ୨୧ରୁ ଲାଗୁ ହେବ ଏହି ନିୟମ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି। କେବଳ ଦର୍ଶନ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
କିଛି ଦିନ ପରେ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରାହ୍ନ ସାଢେ ୩ଟାରେ ନୀଳାଦ୍ରୀ ଭକ୍ତ ନିବାସରେ ଏହି ଛତିଶା ନିଯୋଗ ବୈଠକ ବସିଥିଲା । ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ କିଭଳି ଦର୍ଶନ ହେବ, ନୀତିକାନ୍ତି କିପରି ଶୃଙ୍ଖଳିତ କରାଯିବ ସେନେଇ ନିଯୋଗରେ ଆଲୋଚନା ହୋଇଛି । ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି । ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଓ ୨୦୦ ପୁଲିସ ଅଧିକାରୀ ସୁରକ୍ଷାର ତଦାରଖ କରିବେ ।
Powered by Froala Editor