IIT PAL ପୋର୍ଟାଲରେ ଛାତ୍ରଛାତ୍ରୀ ପାଇପାରିବେ ମାଗଣା ଶିକ୍ଷା

JEE, NEET, IAT ଏବଂ ଅନ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଆଶାୟୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବ ଆଇଆଇଟି ଦିଲ୍ଲୀ । ଏଥିପାଇଁ ଆଇଆଇଟି ଦିଲ୍ଲୀ iitpal.iitd.ac.in ୱେବ ସାଇଟର ଶୁଭାରମ୍ଭ କରିଛି । ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଏହି ପୋର୍ଟଲରେ ପଞ୍ଜୀକରଣ କରିବାକୁ ପଡିବ। ଏହାପରେ ଛାତ୍ରାଛତ୍ରୀ ପାଠ ପଢିବା ସହ ନିଜ ପ୍ରଶ୍ନ ଏବଂ ସମସ୍ୟା ହିନ୍ଦୀ ଏବଂ ଇଂରାଜୀ ମାମଧ୍ୟରେ ୱେବସାଇଟରେ ପଚାରିପାରିବେ। ଏହାସହ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନ ୱେବସାଇଟରେ ପୋଷ୍ଟ କରାଯିବ। ଯାହାକୁ ସମସ୍ତ ପଞ୍ଜିକୃତ ବିଦ୍ୟାର୍ଥୀ ଦେଖିପାରିବେ। ଏହି ୱେବସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ଭିଡିଓ ଲେକଚର ପାଇପାରିବେ, ଯେଉଁଥିରେ ପଦାର୍ଥ ବିଜ୍ଞାନ, ରୟାସନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ଉପରେ ମାଗଣା ଶିକ୍ଷା ପାଇପାରିବେ।
ଏହି ପୋର୍ଟାଲ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସିଙ୍ଗଲ ପ୍ଲାଟଫର୍ମ ଭାବେ କାମ କରିବ । ଏଠାରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସ୍ୱଂୟପ୍ରଭା ଚ୍ୟାନେଲରେ ପ୍ରସାରିତ ଭିଡିଓ ଲେକଚର ମଧ୍ୟ ଉପଲବ୍ଧ ହେବ । ଏହାସହ ଛାତ୍ରଛାତ୍ରୀ ଆଇଆଇଟିର ପ୍ରଫେସରଙ୍କ ସହ ଆଲୋଚନା କରି ପ୍ରଶ୍ନ ପଚାରିପାରିବେ। ଏହି ୱେବ୍ ପୋର୍ଟାଲ ହେବା ପରେ ଶିକ୍ଷାର୍ଥୀଙ୍କୁ ନୂଆ ଦିଗ ମିଳିବ ବୋଲି ଆଲୋଚନା ହେଉଛି ।
Powered by Froala Editor